ପରିବାରର ପେଟ ପୋଶୁଛି ମକା ! ସ୍ୱାବଲମ୍ବୀ ମହିଳାଙ୍କ ରୋଜଗାରର ଉତ୍ସ ପାଲଟିଛି ମକା ବ୍ୟବସାୟ ।

26

ନବରଙ୍ଗପୁର ଜିଲ୍ଲାର ମକାର ଚାହିଦା ଖୁବ ଅଧିକ ଥିବା ବେଳେ ସତେଜ ମକାକୁ ବାଡିରୁ ତୋଳି ଆଣି ଏହାକୁ ପୋଡି ବିକ୍ରି କରୁଛନ୍ତି ମହିଳା । ଲୋକେ ଏହାକୁ ଖାଇବାକୁ ବି ବେଶ ପସନ୍ଦ କରୁଛନ୍ତି । ଏବଂ ଏଥିରୁ ବେଶ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ଆଦିବାସୀ ମହିଳା ।

ସୂଚନା ମୁତାବକ, ପୋଡା ମକା ଗୋଟିଏକୁ ମାତ୍ର ୧୦ଟଙ୍କାରେ ବିକ୍ରି କରନ୍ତି ଚାଷି । ଫଳରେ ଏହି ଛୋଟ ଛୋଟ କୁଡିଆ ଗୁଡିକରେ ଦିନ ସାରା ଗ୍ରାହକଙ୍କ ଭିଡ ଜମିଥାଏ । ଖାସକରି ମକା ଖାଇବାକୁ ଲୋକମାନଙ୍କୁ ବେଶ ଭଲ ଲାଗୁଥିବାରୁ ଲୋକମାନେ ଏଠାକୁ ଟାଣି ହୋଇ ଆସିଥାନ୍ତି । ତେଣୁ ଏଠାକାର ଚାଷିମାନେ ପୋଡା ମକା ବିକ୍ରି କରି ଟଙ୍କା ରୋଜକାର କରି ପରିବାର ଚଳାଉଛନ୍ତି ଏହି ମହିଳା ।

ଇନ୍ଦ୍ରାବତୀ ନଦୀ କୂଳରେ ମକା ଚାଷ ହେଉଥିବା ବେଳେ ଜାତୀୟ ରାଜପଥର ଦୁଇ କଡରେ ମକା ପସରା ମେଲି ବସୁଛନ୍ତି ଆଦିବାସୀ ମହିଳା । କଂଚା ଓ ଶୁଖିଲା ମକା ବିକ୍ରି ହେଉଥିବା ବେଳେ ପୋଡା ମକାର ଚାହିଦା ଅଧିକ ରହିଛି । ବର୍ଷ ତମାମ ଏଠାରେ ଆଦିବାସୀମାନେ ମକାକୁ ପୋଡି ଲୁଣ ଲଂକା ଦେଇ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଏହି ରାସ୍ତା ଦେଇ ଯାଉଥିବା ଲୋକେ ଏଠାରେ ଅଟକି ଏହି ମକା ଖାଇବାକୁ ଭୁଲୁ ନାହାନ୍ତି । ସତେଜ ମକା ବାଡରୁ ତୋଳି ଆଣି ଏହାକୁ ପୋଡି ବିକ୍ରି କରୁଥିବାରୁ ଏହାର ଚାହିଦା ଢେର ଅଧିକ । ଯେଉଁଥିପାଇଁ ଟଙ୍କା ରୋଜଗାର କରି ସ୍ୱାବଲମ୍ବି ହୋଇପାରୁଛନ୍ତି ଆଦିବାସୀ ।