ମୁଣ୍ଡରେ ହାତ ଦେଇଛନ୍ତି ମକାଚାଷୀ ! ଅମଳ ପରେ ବିକ୍ରିକୁ ନେଇ ଚିନ୍ତାରେ ମକା ଚାଷୀ । ମଣ୍ଡିରେ ଧାର୍ଯ୍ୟ ହୋଇପାରୁନି ମକା ଦର, ଗାଁ ଗାଁ ବୁଲି କମ୍ ଦରରେ ମକା କିଣି ନେଉଛନ୍ତି ଦଲାଲ

94
କନକ ବ୍ୟୁରୋ: ମକା ଚାଷରେ ସାରା ଏସିଆରେ ଦିନେ ପ୍ରସିଦ୍ଧ ଲାଭ କରିଥିବା ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଏବେ ସଙ୍କଟରେ । କାରଣ ଜିଲ୍ଲାରେ ମକା ମଣ୍ଡି ଖୋଲି ନଥିବାରୁ ଉତ୍ପାଦିତ ମକାକୁ ଉଚିତ୍ ଦର ରେ ବିକ୍ରି କରି ପାରୁନାହାଁନ୍ତି ଚାଷୀ । ମୁନାଫା ଖୋର୍ ବ୍ୟବସାୟୀଙ୍କୁ କମ୍ ଦରରେ ମକା କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ମକା ଚାଷକୁ ନେଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଂଚଳ ବେଶ ପରିଚିତ । ରାଜ୍ୟ ଓ ରାଜ୍ୟ ବାହାରେ ନବରଙ୍ଗପୁର ମକାର ଖୁବ୍ ଭଲ ଚାହିଦା ରହିଛି । ଏଥିପାଇଁ ଏଠାକାର ଚାଷୀ ଅର୍ଥକାରୀ ଫସଲ ମକା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସ୍ଥିତି ଅଲଗା । ଚାଷୀଙ୍କ କହିବା ଅନୁସାରେ ଏଯାଏଁ ମକାର ଧର ଧାର୍ଯ୍ୟ ହୋଇନଥିବାରୁ ସେମାନେ ମଣ୍ଡିରେ ମକା ବିକ୍ରି କରି ପାରୁନାହାନ୍ତି । ଆଉ ଏହାର ଫାଇଦା ଉଠାଇ ଗାଁ ଗାଁ ବୁଲି ୧୧ଶହରୁ ୧୨ଶହ ଟଙ୍କାରେ ମକା କିଣି ନେଉଛନ୍ତି ଦଲଲା । ଆଉ କ୍ୱିଂଟାଲ ପ୍ରତି ପ୍ରାୟ ୭-୮ ଶହ ଟଙ୍କା କ୍ଷତି ସହୁଛନ୍ତି ମକା ଚାଷୀ ।
ସରକାର ଇ-ମାର୍କେଟ ବା ଇ-ନାମ ବ୍ୟବସ୍ଥାରେ ମଣ୍ଡି ଖୋଲିଥିବା ଆରଏମସି ଅଧିକାରୀ କହିଛନ୍ତି । ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାର ମକା ଆଣି ଗୋଦାମରେ ରଖିବା ପରେ ବିଡିଂ କରାଯାଉଛି । ସର୍ବାଧିକ ବିଡିଂ ଦରକୁ ଚାଷୀଙ୍କ ଜଣାଯାଉଛି । ଯେଉଁ ଚାଷୀ ମାନେ ରାଜି ହେଉଛନ୍ତି, ସେମାନଙ୍କ ଆକାଉଂଟକୁ ଟଙ୍କା ପଠାଯାଉଥିବା ଆରଏମସି ଅଧିକାରୀ କହିଛନ୍ତି । କିନ୍ତୁ ଚାଷୀ ଏ ବାବଦରେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ତେବେ ମକାର ଦର ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । ନବରଙ୍ଗପୁର ମକାର ଚାହିଦା ସାରା ଦେଶରେ ରହିଥିବା ବେଳେ ଏଠାକାର ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

Comments are closed.