ନ୍ୟୁଜିଲାଣ୍ଡ କ୍ରିକେଟକୁ ଅଲବିଦା କହିଲେ କୋରି ଆଣ୍ଡରସନ । ଆମେରିକା ପାଇଁ ଖେଳିବେ କ୍ରିକେଟ

1,869

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ପାଇଁ ଆଉ କ୍ରିକେଟ ଖେଳିବେନି ଅଲରାଉଣ୍ଡର କୋରି ଆଣ୍ଡରସନ । ଏବେ ସେ ଆମେରିକା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । କୋରି ଆଣ୍ଡରସନ ଆମେରିକା ଟି-ଟ୍ୱେଣ୍ଟି ଲିଗ୍ ରୁ ନିଜ କ୍ୟାରିୟର ଆରମ୍ଭ କରିବେ । ପରେ ସେ ଆମେରିକା କ୍ରିକେଟ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।

ଆଣ୍ଡରସନ ନ୍ୟୁଜିଲାଣ୍ଡ ପାଇଁ ୧୩ ଟେଷ୍ଟ ମ୍ୟାଚ ଖେଳି ୬୮୩ ରନ କରିଛନ୍ତି । ସେହିପରି ୪୯ ଦିନିକିଆରେ ୧ ହଜାର ୧୦୯ ରନ ଓ ୩୧ ଟି-ଟ୍ୱେଣ୍ଟି ଖେଳି ୪୮୫ ରନ କରିଛନ୍ତି । ଏହାସହ ଆଣ୍ଡରସନଙ୍କ ନାଁରେ ଦିନିକିଆରେ ଦ୍ୱିତୀୟ ସର୍ବାଧିକ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ରହିଛି ।

ସୂଚନା ମୁତାବକ, ଆମେରିକାର ଦଳ ଦିନିକିଆ ଟିମ ମାନ୍ୟତା ପାଇବା ପାଇଁ ଯୋଜନା ଚଲାଇଛି । ତେଣୁ ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ କ୍ରିକେଟରଙ୍କୁ ଏଥିରେ ସାମିଲ କରିବାକୁ ଚେଷ୍ଟା କରୁଛି ଆମେରିକା । ପାକିସ୍ତାନ କ୍ରିକେଟର ସାମି ଅସଲମ, ଇଂଲଣ୍ଡର ଲିୟାମ ପ୍ଲେକେଂଟ, ସାଉଦ ଆଫ୍ରିକାର ରୁଷ୍ଟି ଥେରୋନ ଓ ଡାନ ପିଟି ମଧ୍ୟ ଆମେରିକା ନଜରରେ ରହିଛନ୍ତି ।