ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଓ ମେଘନାଦ ପାଚେରୀର ସ୍ଥିତି ଅନୁଧ୍ୟାନ । କୋରକମିଟି ଓ ଏଏସଆଇ ଟିମ କରୁଛନ୍ତି ଯାଂଚ, ନାଟମଣ୍ଡପରୁ ପାଣି ଗଳିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Advertisment
ଶ୍ରୀମନ୍ଦିର ମଧ୍ୟରେ ମହିଳା ଭକ୍ତଙ୍କୁ ମାଡ ଅଭିଯୋଗ ! ପୋଲିସ ମାଡରେ ଶ୍ରଦ୍ଧାଳୁଙ୍କ ଫାଟିଲା ଆଖି

କନକ ବ୍ୟୁାରୋ: ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଓ ମେଘନାଦ ପାଚେରୀର ସ୍ଥିତି ଅନୁଧ୍ୟାନ । କୋରକମିଟି ଓ ଏଏସଆଇ ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଏସଆଇର ଜଏଣ୍ଟ ଡିଜି ଜାନଭି ଶର୍ମା ଯାଂଚରେ ସାମିଲ ହୋଇଛନ୍ତି । ଜାନଭି ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଅନୁଧ୍ୟାନ କରୁଛନ୍ତି । ନାଟମଣ୍ଡପରୁ ପାଣି ଗଳିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ପୂର୍ବରୁ ଶ୍ରୀମନ୍ଦିର ନାଟ ମଣ୍ଡପ ବିମରେ ଫାଟ ରହିଥିବା ନେଇ ଏଏସଆଇ ହାଇକୋର୍ଟଙ୍କୁ ଗତ ଡିସେମ୍ବର ୧୯ ତାରିଖରେ ଅବଗତ କରାଇଥିଲେ । ଏପରିକି ନାଟ ମଣ୍ଡପରୁ ପ୍ଲାଷ୍ଟର ଛଡ଼ାଯିବା ପରେ ଆଗକୁ ଫାଟ ବଢ଼ିପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲ । ତେବେ ନାଟ ମଣ୍ଡପର ମରାମତି ପାଇଁ ସ୍ଥାନ କେବେ ଖାଲି ହୋଇପାରିବ, ସେନେଇ ହାଇକୋର୍ଟ ମନ୍ଦିର ପ୍ରଶାସନଠାରୁ ଜବାବ ମାଗିଥିଲା । ଆସନ୍ତା ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe