ନିର୍ବାଚନ କମିଟି ବୈଠକ ପୂର୍ବରୁ ବସିବ ରାଜ୍ୟ ବିଜେପିର କୋର କମିଟି ବୈଠକ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ଆଲୋଚନା ।

ପ୍ରସ୍ତୁତ ହେବ ନିର୍ବାଚନ ରୋଡ୍ ମ୍ୟାପ୍

174

କନକ ବ୍ୟୁରୋ: ଆଜି ବସିବ ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ । ଏହା ପୂର୍ବରୁ ହେବ ଦଳର କୋର କମିଟି ବୈଠକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ହେବ । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହେବେ ।

ଏହି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୱାରୀ ସ୍ଥିତି ସମୀକ୍ଷା କରାଯିବ । ଏଥିସହ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ଯୋଗଦେବା ପାଇଁ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୟ ପାଲ ସିଂ ତୋମାର କହିଛନ୍ତି, ନିର୍ବାଚନ କମିଟିରେ ସବୁ ଆସନ ନେଇ ଆଲୋଚନା ହେବ । ଦଳ ବିଧାନସଭା ଓ ଲୋକସଭାରେ ଦୃଢତାର ସହ ଲଢିବ ।