କର୍ବୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ଲୋକେ। କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି।

Advertisment
କର୍ବୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ଲୋକେ। କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି।

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁର ସଂକ୍ରମଣ ବିରୋଧରେ ବର୍ତ୍ତମାନ ଲଢେଇ ଜାରିରହିଛି । ଅଗଷ୍ଟ ୧୦ ତାରିଖ ଯାଏ ଭାରତରେ କରୋନା ଭ୍ୟାକସିନର ୨୦୭.୦୩ କୋଟି ଡୋଜ ଦିଆଯାଇସାରିଲାଣି । ଦେଶର ବହୁଳ ଭାବେ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଭ୍ୟାକସିନ ଭାବେ ଗ୍ରହଣ କରାଯାଉଛି । ଏହା ସହ ବୁଷ୍ଟର ଡୋଜ ମଧ୍ୟ ଲୋକେ ନେଉଛନ୍ତି । ତେବେ କେନ୍ଦ୍ର ସରକାର ବୁଧବାର ବାୟୋଲୋଜି–ଇ କମ୍ପାନୀର କରୋନା ଭ୍ୟାକସିନ କର୍ବୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ।

କର୍ବୋଭାକ୍ସକୁ ୧୮ ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ଭାବେ ନେଇପାରିବେ । ଏହି ଭ୍ୟାକସିନକୁ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ନେଇଥିବା ଲୋକେ ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe