କନକ ବ୍ୟୁରୋ: ସ୍ୱଦେଶୀ କରୋନା ଟିକା କୋର୍ବେଭାକ୍ସକୁ ମିଳିଲା ଜରୁରୀ କାଳିନ ଅନୁମତି । ହାଇଦ୍ରାବାଦର ଫାର୍ମା କମ୍ପ।।ନୀ ‘ବାୟୋଲୋଜିକାଲ-ଇ’ ର କରୋନା ଟିକା କୋର୍ବେଭ୍ୟାକ୍ସର ଜରୁରୀ କାଳିନ ଅନୁମତି ମିଳିଛି । ଭାରତୀୟ ଡ୍ରଗ କନ୍ଟ୍ରୋଲର ଜେନେରାଲ ଟିକାର ଜରୁରୀ କାଳିନ ବ୍ୟବାହାର ପାଇଁ ଅନୁମତି ଦେଇଛନ୍ତି । ୧୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ଏହା ପ୍ରଥମେ ବ୍ୟବହାର କରାଯିବ । ଶୁଳ୍କକୁ ହଟେଇ ଭ୍ୟାକ୍ସିସନର ମୁଲ୍ୟ ପ୍ରାୟ ୧୪୫ ଟଙ୍କା ହେବ ବୋଲି ଜଣାପଡିଛି । ଭାରତରେ ନିର୍ମିତ ଏହା ତୃତୀୟ ସ୍ୱଦେଶୀ କରୋନା ଟିକା । କରୋନା ବିରୋଧୀ ଲଢେଇରେ ଏହା ଆହୁରି ସହାୟକ ହେବ ବୋଲି କୁହାଯାଇଛି ।
କରୋନା ଟିକା ‘କୋର୍ବେଭାକ୍ସ’କୁ ମିଳିଲା ଚୂଡାନ୍ତ ଅନୁମତି: ୧୨ରୁ ୧୮ ବର୍ଷ ପିଲାଙ୍କଠାରେ ବ୍ୟବହାର ହେବ ଏହି ଟିକା
/kanak/media/post_attachments/wp-content/uploads/2022/02/1021083-corbevax-ians.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)