ଅଭିନୟ ଜଗତରେ କାୟା ମେଲାଉଛି କରୋନା । କପିଲ ଶର୍ମାଙ୍କ ଶୋ’ରେ ପଶିଲା କରୋନା

221

କନକ ବ୍ୟୁରୋ: ଅଭିନୟ ଜଗତରେ କାୟା ବିସ୍ତାର କରିଚାଲିଛି କରୋନା । ପ୍ରଥମେ କରିନା କପୁର, ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଅଭିନେତ୍ରୀଙ୍କ କରୋନା କବଳିତ କରିବା ପରେ ଏବେ ଜଣେ ପରେ ଜଣେ ଏହା ପଞ୍ଝାରେ ପଡୁଛନ୍ତି । ଅଭିନେତ୍ରୀଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ବଲିଉଡକୁ କବଜା କରିନେଇଛି କରୋନ । ଅନେକ ସେଲିବ୍ରିଟି ଏହାଦ୍ୱାରା ସଂକ୍ରମିତ ହୋଇଛିନ୍ତି । ଅଭିନେତ୍ରୀ ସ୍ୱରା ଭାସ୍କର ଓ ତାଙ୍କ ପରିବାର କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ କରିନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଲେଣି । ତାଙ୍କ ପରେ ପ୍ରଯୋଜିକା ଏକତା କପୁର କରୋନ ସଂକ୍ରମିତ ହୋଇଛନ୍ତି । ଏହା ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ଦିବଙ୍ଗତ ଅଭିନେତା  ପ୍ରେମ ଚୋପ୍ରା ଓ ତାଙ୍କ ପତ୍ନୀଙ୍କୁ କରୋନା ହୋଇଛି । ଦୁହିଁଙ୍କୁ  ମୁମ୍ବାଇ  ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 ଏହାପରେ କରୋନାରେ ସଂକ୍ରମିତ ହୋଇଛନ୍ତି ଅଭିନେତ୍ରୀ ନୋରା ଫତେହି । ଜନ ଅବ୍ରାହମ ଓ ତାଙ୍କ ପତ୍ନି ମଧ୍ୟ ପଜିଟିଭ ଥିବା ଜଣାଇଛନ୍ତି । ଏବେ ଦୁବାଇରେ ଥିବା ବଲିଉଡ ସିଙ୍ଗର ସୋନୁ ନିଗମ , ପତ୍ନି ମଧୁରିମା ଓ ପୁଅ ନେୱାନଙ୍କୁ  ମଧ୍ୟ କରୋନା ପଜିଟିଭ ଥିବା ସୋନୁ ନିଗମ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି ।

ଏହାପରେ ଏବେ କପିଲ ଶର୍ମା ଶୋ’ରେ ମଧ୍ୟ କରୋନା ପ୍ରବେଶ କରିଛି । ଶୋ’ର ଲୋକପ୍ରିୟ ଅଭିନେତ୍ରୀ ସୋମନା ଚକ୍ରବିର୍ତ୍ତୀଙ୍କୁ କରୋନା ପଜିଟିଭ ଥିବା ଜଣାପଡିଛି । ଏହାପରେ ସେ କିଛି ଦିନ ଶୋ’ରୁ ବିରତି ନେବା କଥା ଜଣାଇଛନ୍ତି ।