କନକ ବ୍ୟୁରୋ : ସାମ୍ନାକୁ ଆସିଲା ପ୍ରମୋଦ-ଅର୍ଚ୍ଚନା ଲିଙ୍କର ବଡ ପ୍ରମାଣ । ୨୦୧୭ ମସିହାର FIR କପି କନକ ନ୍ୟୁଜ ହାତରେ ଲାଗିଛି । ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହ ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହିତ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ଇଡି ସୁରାକ ପାଇଛି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment

‘ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା’

- ଅର୍ଚ୍ଚନା ନାଗଙ୍କ ପ୍ରଥମ ଶିକାର ହୋଇଥିଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ!
- ୨୦୧୬ରେ ପ୍ରମୋଦ ସ୍ୱାଇଁଙ୍କ ଘରେ ରହୁଥିଲେ ଅର୍ଚ୍ଚନା ନାଗ
- ଉଭୟଙ୍କ ମଧ୍ୟରେ ସହମତିରେ ସମ୍ପର୍କ ରହିଥିଲା
- ଫାଇଦା ଉଠାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲା ଅର୍ଚ୍ଚନା
- ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା
- ଅର୍ଚ୍ଚନା ୧୫ ଲକ୍ଷ ଟଙ୍କା ଦାବି କରିଥିବା କୁହାଯାଉଥିଲା
- ୮ ଲକ୍ଷ ଟଙ୍କା ନେବା ପରେ ଅର୍ଚ୍ଚନା ଚୁପ୍ ହୋଇଯାଇଥିଲେ
- କିଛି ଦିନ ପରେ ପୁଣି ଦୁଇ ଥର ବ୍ଲାକ ମେଲ କରିଥିଲେ ଅର୍ଚ୍ଚନା

ଗୁମର ଖୋଲିବେ ପ୍ରମୋଦ !

- ୨୦୧୮ରେ ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ହୋଇଥିଲା ଭେଟ
- ଗୋଟିଏ ବିଲଡିଂରେ ରହୁଥିବାରୁ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା
- ଅନେକ ବଡ଼ବଡିଆ ଅର୍ଚ୍ଚନାଙ୍କ ଘରକୁ ଆସିଥିବା ଜାଣିବାକୁ ପାଇଥିଲେ ଶ୍ରଦ୍ଧାଞ୍ଜଳି
- ୨୦୧୯ରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାକୁ ପ୍ରବର୍ତ୍ତାଇଥିଲେ ଅର୍ଚ୍ଚନା
- ପ୍ରମୋଦ ସ୍ୱାଇଁଙ୍କ ଘର ଛାତ ଉପରେ ଏକ ଭୋଜି କରାଯାଇଥିଲା
- ଅର୍ଚ୍ଚନା ଓ ତାଙ୍କ ସମ୍ପର୍କୀୟ ଭାଇ ଶ୍ରଦ୍ଧାଞ୍ଜଳିଙ୍କୁ ଭୋଜିକୁ ନିମନ୍ତ୍ରଣ କରିଥିଲେ
- ଖାଦ୍ୟରେ ନିଶା ଦେଇ ଶ୍ରଦ୍ଧାଞ୍ଜଳିକୁ ଖାଇବାକୁ ଦେଇଥିଲେ
- ନିଶାଯୁକ୍ତ ଖାଦ୍ୟ ଖାଇ ଚେତାଶୂନ୍ୟ ହୋଇଥିଲେ ଶ୍ରଦ୍ଧାଞ୍ଜଳି
- ଚେତା ଫେରିବା ପରେ ନିଜକୁ ଉଲଗ୍ନ ଅବସ୍ଥାରେ ଦେଖିଥିଲେ
- ଉଲଗ୍ନ ଫଟୋ ଓ ଭିଡିଓ ଉଠାଇଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ
- ଲକ୍ଡାଉନ୍ ସମୟରେ ଆରମ୍ଭ ହୋଇଥିଲା ବ୍ଲାକମେଲିଂର ଧାରା
- ନୟାଗଡ଼ର ଜଣେ ବ୍ୟବସାୟୀଙ୍କୁ ଫସାଇଥିଲେ ଅର୍ଚ୍ଚନା
- ବ୍ଲାକମେଲ ଟଙ୍କାରୁ ଶ୍ରଦ୍ଧାଞ୍ଜଳିଙ୍କୁ ଦେଇଥିଲେ ୫୦ ହଜାର
- ଅଧିକ ଟଙ୍କା ମାଗିବାରୁ ଶ୍ରଦ୍ଧାଞ୍ଜଳିଙ୍କୁ ବି ଦେଉଥିଲେ ଧମକ