କନକ ବ୍ୟୁରୋ: ପୋଖରୀପୁଟ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ୪ ଦିନ ତଳେ ନିଖୋଜ ହୋଇଥିଲେ । ଗତକାଲି ପିପିଲିରେ ଏକ ପଥର ଖାଦାନରେ ଥିବା ଏକ ପୋଖରୀରୁ ମିଳିଥିଲା ତାଙ୍କର ମୃତଦେହ । ତେବେ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ଏପରି ଅକାଳ ବିୟୋଗକୁ ନେଇ ତାଙ୍କ ଠାରୁ ନୃତ୍ୟ ଶିକ୍ଷା କରୁଥିବା ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳିଯାଇଛି ଶୋକ । ବିକାଶଙ୍କୁ ଅତି ନିକଟରୁ ଜାଣିଥିବା ତାଙ୍କର ଛାତ୍ର ବିକାଶଙ୍କୁ ନେଇ ଏପରି କିଛି ଖୁଲାସା କରିଛନ୍ତି, ଯାହା ଆଗାମୀ ତଦନ୍ତର ଦିଗ ପ୍ରତି ବେଶ୍ ସହାୟକ ହୋଇପାରେ ।
ବିକାଶଙ୍କ ଛାତ୍ରଙ୍କ କହିବା ଅନୁସାରେ ବିକାଶ ସାର୍ ବେଶ୍ ମେଳାପୀ ଥିଲେ । ତାଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା । କେବଳ ସେତିକି ନୁହଁ ବିକାଶଙ୍କର କୌଣସି ଖରାପ ଅଭ୍ୟାସ ନଥିଲା କିଂବା ସେ ମଦ ପିଅନ୍ତି ନାହିଁ ବୋଲି କହିଛନ୍ତି ଛାତ୍ର ଜଣକ । ତେବେ ବିକାଶଙ୍କ ମୃତଦେହ ମିଳିବା ସ୍ଥାନ ନିକଟରେ ମଦ ବୋତଲ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିକାଶଙ୍କ ମୃତ୍ୟୁ କିପରି ହେଲା, ପିପିଲି ନିକଟରେ ଥିବା ପଥର ଖାଦନ ନିକଟକୁ ସେ କିପରି ଗଲେ ।
ତାଙ୍କର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକେ ଦାବି କରୁଛନ୍ତି । ତେବେ ପୋଲିସ ଶବ ବ୍ୟବଛେଦ କରି ତଦନ୍ତ କରୁଛି । ଏଯାଏଁ ପୋଷ୍ଟ ମର୍ଟମ୍ ରିପୋର୍ଟ ବି ଆସିନି । ପୋଖରୀରୁ ବିକାଶଙ୍କ ଉଦ୍ଧାର ବେଳେ ତାଙ୍କ ଦେହରେ କୌଣସି ପୋଷାକ ନଥିବାରୁ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ଅଧିକ ସନ୍ଦେହ ପ୍ରକାଶ ପାଇଛି ।
Follow Us
/kanak/media/post_attachments/wp-content/uploads/2019/09/Screen-Shot-2019-09-20-at-12.29.16-PM-300x225.png)
/kanak/media/post_attachments/wp-content/uploads/2019/09/vlcsnap-2019-09-19-17h03m08s58-300x165.png)