କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା । ଏହାର ମୁକାବିଲା ପାଇଁ ମିଳିତ ସହଯୋଗର ଆବଶ୍ୟକା ରହିଛି । ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି ବିଶ୍ୱ ପାଇଁ ଏକ ବଡ ଉଦାହରଣ ହୋଇପାରିଛି ଭାରତ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ପାଇଁ ମିଳିତ ସହଯୋଗର ଆବଶ୍ୟକ ବୋଲି ବିଶ୍ୱ ଜଳବାୟୁ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ୟୁଏଇରେ ଶୁଭିଲା ମୋଦୀ ମୋଦୀ ନାରା । ଗୁରୁବାର ବିଳମ୍ବିତ ରାତିରେ ୟୁଏଇରେ ପହଁଚିବାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ପ୍ରବାସୀ ଭାରତୀୟ । ମୋଦୀଙ୍କୁ ପାଖରେ ପାଇ ପ୍ରବାସୀ ଭାରତୀୟ ବେଶ ଖୁସି ପ୍ରକାଶ କରିଥିଲେ । ସେପଟେ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୁବାଇ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ପାରମ୍ପିରିକ ନୃତ୍ୟଗୀତରେ ସ୍ୱାଗତ ଜଣାଇଯାଇଥିଲା । ଦୁବାଇ ରହଣୀ ସମୟରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/2-3.jpg)