କନକ ବ୍ୟୁରୋ : ପୁଲିସ ବାବୁଙ୍କୁ ମରଣାନ୍ତକ ଆକ୍ରମଣ କଲା ଦନ୍ତା ହାତୀ । ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଳି ପଂଚାୟତରେ । ସୂଚନା ଅନୁସାରେ ତୁମୁସିଙ୍ଗା ଥାନାର କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ସାରୁଆଳି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us