କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ବଡଗାଓଁରେ ଆତଙ୍କବାଦୀ ଘଟାଇଛନ୍ତି ଏକ ଭୟଙ୍କର କାଣ୍ଡ । ଶନିବାର ରାତିରେ ଜଣେ ବିଶେଷ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ପୋଲିସ ଅଧିକାରୀଙ୍କ ଭାଇଙ୍କୁ ମଧ୍ୟ ଗୁଳିମାରି ଗୁରୁତର କରିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଯାଞ୍ଚ ଅଧିକାରୀଙ୍କ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ କିଛି ବନ୍ଧୁକଧାରୀ ଆତଙ୍କୀ ସ୍ପେଶାଲ ପୁଲିସ ଅଫିସର(ଏସପିଓ) ଈଶଫାକ ଅହମଦ ଦରଙ୍କ ବଡଗାଡ଼ ସ୍ଥିତ ଘରେ ପଶି ଆଖିବୁଜା ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ଈଶଫାକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ଭାଇଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଈଶଫାକଙ୍କ ଭାଇ ମଧ୍ୟ ଆଖିବୁଜିଛନ୍ତି।

Advertisment

ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର ବଡଗାମର ଚାଡ଼ବଗ ଗାଁରେ ଶେଷ ହୋଇଛି। ଏଥିରେ ଶହଶହ ଲୋକ ସାମିଲ ହୋଇ ଦୁଇ ଭାଇଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ଅନ୍ତିମ ଯାତ୍ରାରେ ସାମିଲ ହୋଇଥିବା ପରିବାର ଲୋକ ଘଟଣା ପରେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯିବେ ବୋଲି ଘୋଷଣା କରିଛନ୍ତି। ପରିବାରର ୩ ଜଣ ସଦସ୍ୟ ଜମ୍ମୁ-କଶ୍ମୀର ପୁଲିସ୍‌ରେ କାର୍ୟ୍ୟ କରୁଛନ୍ତି।