କନକ ବ୍ୟୁରୋ: ରଥଯାତ୍ରା କିପରି ସୁରୁଖୁରେ ଶେଷ ହେବ ସେନେଇ ଆଜି ପୁରୀରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ ହୋଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନିକ ଅଧିକାରୀ ଏବଂ ସେବାୟତଙ୍କ ସହ ଆଲୋଚନା କରାଯାଉଛି । ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟରେ ଆଲୋଚନା ହେବାର ଅଛି । ଗାଡି ପାର୍କିଂ, ଟ୍ରାଫିକ କଟକଣା ସହ ୧୬ ଟି ପ୍ରସଙ୍ଗ ଉପରେ ମୋଟ ଆଲେଚନା ହେବ ।

Advertisment

୧୯୭୧ ରଥଯାତ୍ରା ଆଇନ ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବ । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଂଚାୟତରାଜ ମନ୍ତ୍ରୀ ରବି ନାୟକ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ପୁରୀ, ପିପିଲି, ବ୍ରହ୍ମଗିରି ବିଧାୟକ, ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।