ଜି-୨୦ର ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି: କହିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମୁକାବିଲା ବିଶ୍ୱ ପାଇଁ ବଡ ଆହ୍ୱାନ
ଆର୍ଥିକ ସୁଧାର ଓ ରୋଜଗାର ସୃଷ୍ଟିରେ ସୀମିତ ନହେଉ ପଦକ୍ଷେପ । ପୃଥିବୀର ସଂରକ୍ଷଣ, ମାନବ ସମାଜର କଲ୍ୟାଣକୁ ଦିଆଯାଉ ଗୁରୁତ୍ୱ
କନକ ବ୍ୟୁରୋ: ଜି-୨୦ର ଭର୍ଚୁଆଲ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଦି ଆରବ ଅଧ୍ୟକ୍ଷତାରେ ଆୟୋଜିତ ୧୫ତମ ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କରି ମୋଦି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମହାମାରୀ ବିଶ୍ୱର ସବୁଠୁ ବଡ ଆହ୍ୱାନ । ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ମୋଡରେ ଜି-୨୦ ପକ୍ଷରୁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନନ୍ତ୍ରୀ । ଯାହା କେବଳ ଅର୍ଥବ୍ୟବସ୍ଥାରେ ସୁଧାର, ଚାକିରୀ, ରୋଜଗାର ଓ ବ୍ୟବସାୟ ଭିତରେ ସୀମିତ ନରହୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ବରଂ ସାରା ବିଶ୍ୱର ସଂରକ୍ଷଣ ପାଇଁ ରଣନୀତି କରାଯାଉ, କାରଣ ଏହା ମାନବ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିବ । ସେହିପରି କରୋନା କାଳ ପରେ ଦୁନିଆ ପାଇଁ ଏକ ବିଶ୍ୱ ସୂଚକାଙ୍କ ବିକାଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ୪ଟି ପ୍ରମୁଖ ତତ୍ୱ ସାମିଲ ରହିଛି । ସେଗୁଡିକ ହେଲା ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଏକ ବଡ ସମୂହ ବା ଟାଲେଂଟ ପୁଲ ପ୍ରସ୍ତୁତ କରିବା । ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପ୍ରାଦ୍ୟୋଗିକ ସୁବିଧା ପହଂଚାଇବା । ଶାସନ ପ୍ରଣାଳୀରେ ପାରଦର୍ଶିତା ବା ସ୍ୱଚ୍ଛତା ଆଣିବା ଏବଂ ପୃଥିବୀକୁ ସଂରକ୍ଷଣ ଭାବନାରେ ଦେଖିବା । ଏହାକୁ ଆଧାର କରି ଜି-୨୦ ଏକ ନୂଆ ଦୁନିଆର ମୂଳଦୁଆ ପକାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।