ସମବାୟ ବ୍ୟାଙ୍କରେ ବଡ ଦୁର୍ନୀତି ! ୧୬୨ କର୍ମଚାରୀ ସଂପୃକ୍ତ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

262

କନକ ବ୍ୟୁରୋ : କେତେବେଳେ ଆଇନକାନୁନକୁ ଫାଙ୍କିଦେଇ କଟକ ଶାଖାକୁ ଟଙ୍କା ଦିଆଯାଇଛି, ଆଉ କେବେ ରାଉରକେଲା ଶାଖାକୁ। ପୁଣି କେବେ ନିୟମକୁ ଆଖିବୁଜି ବିଜୟାନନ୍ଦ ଚିନିକଳକୁ ଅର୍ଥ ପ୍ରଦାନ କରାଯାଇଛି। ଏମିତି ଭାବେ ପାଖାପାଖି ୪୩ କୋଟି ଟଙ୍କାର କେଳେଙ୍କାରୀ ହୋଇଛି । ୧୬୨ ଜଣ କର୍ମଚାରୀ ଏହି ଦୁର୍ନୀତିରେ ସଂପୃକ୍ତ। ଅନୁଗୁଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୩ଟି ସଂସ୍ଥା ନାେଁର ୩୨ କୋଟି  ଟଙ୍କାର ଅଭିେଯାଗ ଗଡୁଛି।

ଖୋଦ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଭଳି ତଥ୍ୟ ରଖିଛନ୍ତି ବିଧାନସଭାରେ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ ଯେଉଁ ତଥ୍ୟ ଦେଇଛନ୍ତି , ତାହା ତାଜୁବ୍ କଲା ଭଳି। ହେଲେ ଏତେ ବଡ଼ ଘଟଣାରେ ସମବାୟ ବିଭାଗ ଓ ରାଜ୍ୟ ସରକାର ଯେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ହୋଇନାହିଁ । କାର୍ଯ୍ୟାନୁଷ୍ଠାନର ଭାଗ ମାପ ସମବାୟ ବିତମାନଙ୍କୁ ଆନ୍ଦୋଳିତ କରୁଛି, ଜମାକାରୀଙ୍କୁ ବି। କେବଳ ସେତିକି ନୁହେଁ, ରାଜ୍ୟ ସମବାୟ ବିଭାଗ କେଉଁଭଳି ଚାଲିଛି, ତାହା ଏହି ଗୋଟିଏ ପ୍ରସଙ୍ଗକୁ ନିରିଖେଇ କି ଦେଖିଲେ, ଅତି ସହଜରେ ବୁଝା ପଡ଼ିଯାଉଛି।

ମନ୍ତ୍ରୀ କହିଛନ୍ତି, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଯେଉଁ ଆର୍ଥିକ ଅନିୟମିତତା, ଅର୍ଥ ତୋଷରପାତ ଓ ଋଣ ଜାଲିଆତି ହୋଇଛି ।, ସେ ଜନିତ କ୍ଷତିର ପରିମାଣ ୯ କୋଟି ୭୫ଲକ୍ଷ ୫୩ ହଜାର ୭୫୩ ଟଙ୍କା। ଏଥିରେ ବ୍ୟାଙ୍କର ୩୨ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ସେମାନଙ୍କ ବିରୋଧରେ ବ୍ୟାଙ୍କ କର୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇନଥିବା ସୂଚାଇଛନ୍ତି।

ସେହିଭଳି କେନ୍ଦ୍ର ସମବାୟ ବ୍ୟାଙ୍କରେ ଯେଉଁ ଆର୍ଥିକ ଅନିୟମିତତା, ଅର୍ଥ ତୋଷରପାତ, ଋଣ ଜାଲିଆତି ଜନିତ କ୍ଷତି ଘଟିଛି, ତାହାର ପରିମାଣ ୩୨ କୋଟି  ୪୯ଲକ୍ଷ ୬୩ ହଜାର ୭୯ ୬୦ ପଇସା। ଏଥିରେ ୧୨୯ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଭିଜିଲାନସ ମକଦ୍ଦମା ଚାଲିଛି, ବ୍ୟାଙ୍କ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

ରାଜ୍ୟ ସମବାୟ ବ୍ୟାଙ୍କ କେଳେଙ୍କାରୀ ନେଇ ନିକଟରେ ନାବାର୍ଡ ସାଂଘାତିକ ତଥ୍ୟ ଆଣିଛନ୍ତି। ଠିକ୍ ଏମିତି ସମୟରେ ସମବାୟ ବିଭାଗ ସଂପର୍କରେ ମନ୍ତ୍ରୀ ଆଣିଥିବା ତଥ୍ୟ ସୂଚାଇ ଦେଉଛି ଯେ, ସରକାର ଜାଣି ବି ଏତେ ବଡ଼ ଘଟଣାରେ ଯେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ନେଇ ନାହାନ୍ତି । ଭିଜିଲାନସ ତଦନ୍ତ କେମିତି ଚାଲିଛି କେଜାଣି, ସମବାୟ ବ୍ୟାଙ୍କର ଏହି ଭୟଙ୍କର କେଳେଙ୍କାରୀର ଗଭୀରତା ହୃଦବୋଧ କରିହେଉନାହିଁ। ଅଧିକାଂଶ କର୍ମଚାରୀ ଅବସର ନେଇଛନ୍ତି ।। ଜଣେ ଦୁଇଜଣଙ୍କୁ ସରକାର ବରଖାସ୍ତ କରିଛନ୍ତି। ହେଲେ ଅଧିକାଂଶ ମାମଲାକୁ କିନ୍ତୁ ତଦନ୍ତ ଆଳରେ ଅଟକାଇ ରଖାଯାଇଛି।

ଗୋଟିଏ ପଟେ କେନ୍ଦ୍ର ସରକାର ସରକାର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଦେଖାଇ ଜଣେ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ବରଖାସ୍ତ କରୁଛନ୍ତି। ସେତେବେଳେ ରାଜ୍ୟ ସରକାର ସମବାୟ ବ୍ୟାଙ୍କକୁ ଦୁର୍ବଳ କରିଦେବା ଲାଗି ଷଡ଼ଯନ୍ତ୍ର ଭିଆଇଉଥିବା ଏହି ଅଧିକାରୀଙ୍କକ୍ଷେତ୍ରରେ କାହିଁକି ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି, ତାହା ବୁଝା ପଡୁନାହିଁ।

ସରକାରୀ ତଥ୍ୟ କହୁଛି, ଅନୁଗୁଳ ସଂଯୁକ୍ତକେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪ କୋଟି ୫୨ ଲକ୍ଷ ଟଙ୍କାରକେଳଙ୍କାରୀ ହୋଇଛି । ବଲାଙ୍ଗୀରକେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩୩ଲକ୍ଷ ୨୧ ହଜାର, ବାଲେଶ୍ୱରରେ ୫କୋଟି ୮୬ଲକ୍ଷ। ସେମିତି ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଭବାନୀପାଟଣା କେନ୍ଦ୍ରୀୟ ସମବାୟ , ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ,ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସମ୍ବଲପୁର ଜିଲ୍ଲାକେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ମୟୂରଭଂଜକେନ୍ଦ୍ରୀୟ ସମବାୟବ୍ୟାଙ୍କ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସୁନ୍ଦରଗଡ଼କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବି କେଳଙ୍କାରୀ ହୋଇଛି । ୨୧୭ ଜଣ ଗ୍ରାହକ ବି ଏଥିରେ ପ୍ରଭାବିତ ହୋଇଛନ୍ତି ।