ରାଜ୍ୟ ସରକାର ବଢାଇଲେ ମିଡ୍ ଡେ ମିଲ୍ ଖର୍ଚ୍ଚ । ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ବଢିଲା କେତେ ଟଙ୍କା?

1,592

କନକ ବ୍ୟୁରୋ : ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ବଢିଲା । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ବଢାଇଛନ୍ତି ସରକାର । ବିଭିନ୍ନ ସାମଗ୍ରୀର ବଜାର ଦର ବଢୁଥିବାରୁ ମିଡ୍ ଡେ ମିଲ୍ ଖର୍ଚ୍ଚ ମଧ୍ୟ ବଢାଇଛନ୍ତି ସରକାର ।

ପ୍ରାଥମିକ ସ୍କୁଲରେ ମିଡ୍ ଡେ ମିଲରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ୪.୯୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ୭.୩୬ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ପ୍ରାଥମିକ ସ୍କୁଲରେ ମିଡ୍ ଡେ ମିଲ୍ ପାଇଁ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ୪ ଟଙ୍କା ୮୦ ପଇସା ରହିଥିବା ବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ଏହା ୭ଟଙ୍କା ୧୬ ପଇସା ରହିଥିଲା । ତେବେ ଏହାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧ ତାରିଖରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁ କରାଯିବ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତିି ମିଡ୍ ଡେ ମିଲର ନୋଡାଲ ଅଫିସର ।