କନକ ବ୍ୟୁରୋ : ୧୦ ଦିନ ହେଲା ଉତରାଖଣ୍ଡର ଉତରକାଶୀ ସିଲକ୍ୟାରୀ ସୁଡଙ୍ଗରେ ଫସିଛନ୍ତି ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧା କରାଯାଇପାରିନାହିଁ । ଉଦ୍ଧାର ପାଇଁ କରାଯାଇଥିବା ଯୋଜନାର ସୁଫଳ ମିଳିପାରିନାହିଁ । ବିକଳ୍ପ ଭାବେ ଶ୍ରମିକଙ୍କ ପାଖରେ ପହଞ୍ଚିଛି ଏକ ୬ ଇଞ୍ଚ ଚଉଡାର ପାଇବ । ଫସି ରହିଥିବା ଶ୍ରମିକଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଯାଇଛି ।
ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି । ଏହା ସହ ପାଣି ଓ ଔଷଧ ମଧ୍ୟ ଏହି ପାଇପ୍ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ପଠାଯାଇଛି । ବର୍ତମାନ ୫ ସୂତ୍ରୀ ଯୋଜନାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଅନୁସାରେ ୩ ପଟୁ ଡ୍ରିଲିଂ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-21-at-8.27.50-AM.jpg)