ଯେସାକୁ ତେସା ! ଦୁଷ୍କର୍ମ ପାଇଁ ଏହି ଦେଶରେ ହେଲା ଏଭଳି ଆଇନ୍ , ଦୋଷୀକୁ ଜେଲରୁ ବାହାରିବା ପୂର୍ବରୁ ଦିଆଯିବ ନପୁଂସକ ଇଞ୍ଜେକସନ୍ ।

1,381

ଦୁଷ୍କର୍ମ ଭଳି କୁକାର୍ଯ୍ୟ କରୁଥିବା ଦୋଷୀକୁ ଦଣ୍ଡ ଦେବା ପାଇଁ ସାରା ଦୁନିଆରେ କେତେ ଆଇନ୍ ରହିଛି । ଏଥିରେ ଦୋଷୀକୁ ପଥର ମାରି ମାରିବା,ବିଷ ପିଆଇବା,ଲିଙ୍ଗ ଛେଦନ କରିବା,ମୁଣ୍ଡକାଟ୍ କରିବା,ସର୍ବସମ୍ମୁଖରେ ଫାଶୀଖୁଣ୍ଟରେ ଝୁଲାଇବା,କ୍ୟାମିକାଲ୍ ଦେଇ ମାରିବା,ଗ୍ୟାସ୍ ଚ୍ୟାମ୍ବରରେ ବିଷାକ୍ତ ଗ୍ୟାସ୍ ଦେଇ ନିଶ୍ୱାସପ୍ରଶ୍ୱାସ ରୋକିବା ଭଳି ପଦକ୍ଷେପ ଆଜି ବି କିଛି ଦେଶରେ ଆପଣାଯାଉଛି ।

 

କିନ୍ତୁ ଏବେ ଏକ ନୂଆ କାନୁନ୍ ଏହି ଦୌଡରେ ସାମିଲ୍ ହୋଇଛି । ୟୁକ୍ରେନ୍ ରେ ପ୍ରଶାସନ ଏବଂ ରାଜନେତାଙ୍କ ଅନୁମତିରେ ଏହି ଆଇନ୍ ଲାଗୁ କରାଯାଇଛି । ଯେଉଁଥିରେ ଦୋଷୀକୁ ନପୁଂସକ କରିବା ପାଇଁ ଇଞ୍ଜେକସନ୍ ଦିଆଯିବ । ଏହି ଆଇନ୍ ରେ ୧୩ ବର୍ଷରୁ କମ୍ ଝିଅଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀକୁ ଏହି ଇଞ୍ଜେକସନ୍ ଦିଆଯିବ । ଏହି ଆଇନ୍ ନାବାଳିକାଙ୍କ ଉପରେ ଦୁଷ୍କର୍ମକୁ ନେଇ ପ୍ରସ୍ତୁତ କରାଯାଇଛି । ଯାହାକୁ ଖୁବ୍ ଗମ୍ଭୀରତା ସହ ନିଆଯାଇଛି । ଯଦି କୌଣସି ଦୋଷୀକୁ କିଛି ବର୍ଷର କଏଦ୍ ହେବା ପରେ ପେରୋଲରେ କିମ୍ବା ଜାମିନରେ ବାହାରକୁ ବାହାରିବା ସମୟରେ ଉକ୍ତ ଦୋଷୀକୁ ଏହି ଇଞ୍ଜେକସନ୍ ଦିଆଯିବ । ଯେଉଁଥିରେ ତାହାର ଶାରୀରିକ ସଂବନ୍ଧ ସ୍ଥାପନ କରିବାର କ୍ଷମତା କମ୍ କିମ୍ବା କିଛି ସମୟ ପାଇଁ ଶେଷ ହୋଇଯିବ ।

 

ତେବେ ଏହି ଇଞ୍ଜେକସନ୍ ର ପ୍ରଭାବ ଆଜୀବନ ପର୍ଯ୍ୟନ୍ତ ରହିବନାହିଁ । କିନ୍ତୁ ସଜା କାଟିବା ପର୍ଯ୍ୟନ୍ତ ଏହି ଇଞ୍ଜେକସନ୍ ଦିଆଯିବ । ଦ୍ୱିତୀୟଥର ଦୁଷ୍କର୍ମ କରିବା ପୂର୍ବରୁ ଯେଭଳି ଜଣେ ୧୦ ଥର ଭାବିବ ଏଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପେରୋଲ୍ ରେ ଛାଡିବାର ୧ ମାସ ପୂର୍ବରୁ ଏହି ଇଞ୍ଜେକସନ୍ ଦୋଷୀକୁ ଦିଆଯିବ । ଏହାପରେ ୬ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ବ୍ୟକ୍ତି ମଧ୍ୟରେ ଦେଖାଯିବ । ଯାହାପରେ ବ୍ୟକ୍ତିର ପେରୋଲ୍ ପିରିୟଡ୍ ଶେଷ ହୋଇଯିବ । ତେବେ ସବୁଠାରୁ ମଜା କଥା ହେଉଛି ଦୋଷୀ ନିଜେ ଏହି ଇଞ୍ଜେକସନର ଖର୍ଚ୍ଚ ଉଠାଇବ । ଦୋଷୀକୁ ଇଞ୍ଜେକସନ୍ ଲଗାଇବେ କି ନାହିଁ ତାହାର ଅନ୍ତିମ ନିଷ୍ପତ୍ତି କୋର୍ଟ ନେବେ ।