ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ମୁଁ ଜହ୍ଲାଦ ହେବାକୁ ପ୍ରସ୍ତୁତ । ଗୃହମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ଜଣାଇଲେ ଅର୍ନ୍ତଜାତୀୟ ମହିଳା ସୁଟର ।
କନକ ବ୍ୟୁରୋ : ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଖୁବଶୀଘ୍ର ଫାଶୀ ଦେବାକୁ ଗୃହମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଅର୍ନ୍ତଜାତୀୟ ମହିଳା ସୁଟର । ଦେଶର ପ୍ରତ୍ୟେକଟି କୋଣଅନୁକୋଣରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଲୋକମାନେ ଦାବି କରୁଛନ୍ତି। ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ଆବଶ୍ୟକ ବୋଲି ନିକଟରେ ଖବର ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Lucknow: International shooter Vartika Singh has written a letter in blood to Union Home Minister Amit Shah stating that the four men convicted in Nirbhaya gang-rape case should be executed by a woman. (14.12.19) pic.twitter.com/Urgev019xf
— ANI UP (@ANINewsUP) December 15, 2019
ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜହ୍ଲାଦ ସାଜିବାକୁ ଆଗେଇ ଆସିଛନ୍ତି ଅନ୍ତର୍ଜାତୀୟ ମହିଳା ସୁଟର ବର୍ତ୍ତିକା ସିଂ । ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି ସେ ରକ୍ତରେ ଏକ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ଦ୍ୱାରା ଏହି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ ବୋଲି ସେ ତାଙ୍କ ଏହି ରକ୍ତ ଲେଖା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ବାର୍ତ୍ତିକା ଦେଶର ସମସ୍ତ ଅଭିନେତ୍ରୀ ଓ ମହିଳା ଖେଳାଳିଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ସମର୍ଥନ କରି ଅମିତ ଶାହାକୁ ଏନେଇ ନିବେଦନ କରନ୍ତୁ।