ପବନରୁ ତିଆରି ହେବ ପାନୀୟ ଜଳ ! ଦୂର ହେବ ଜଳ ସମସ୍ୟା, ଓଡିଶାକୁ ମିଳିଲା ଏହି ବଡ ସଫଳତା ।

27

ଜଳ ହିଁ ଜାବନ । ଜଳ ବିନା ବଞ୍ଚିବା ଅସମ୍ଭବ ! କିନ୍ତୁ ସମ୍ପ୍ରତ୍ତି ସମାଜରେ ଜଳ ସଙ୍କଟ ଅନେକ ଜାଗାରେ ପରିଲକ୍ଷିତ ହେଲାଣି । ତେବେ ଓଡିଶାର ଆଦିବାସି ବହୁଳ ଅଞ୍ଚଳର ଏକ ରେଲୱେ ଷ୍ଟେସନରେ ପିଇବା ପାଣିର ସମସ୍ୟାକୁ ଦୂର କରିବା ପାଇଁ ପବନରୁ ତିଆରି କରାଯାଉଛି ପାଣି । ପୂର୍ବତଟ ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ ରେଳବାଇର ଏହା ଏକ ପ୍ରଥମ ପ୍ରୟୋଗ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ୪୬୦ କିଲୋମିଟର ଦୂରରେ ଅବସ୍ଥିତ ରାଉଲୀର ଦୁର୍ଗମ ଅଞ୍ଚଳର ରେଳ ଷ୍ଟେସନରେ ପାନୀୟ ଜଳର ସମସ୍ୟା ବଢିବାରେ ଲାଗିଛି । ସେଠାରେ ଲୋକ ମାନେ ପିଇବା ପାଣି ପାଉ ନାହାନ୍ତି । ପୂର୍ବରୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଏକ ଟ୍ୟୁବଏଲ ବ୍ୟବସ୍ଥା ମଧ୍ୟ କରାଯାଇଥିଲା କିନ୍ତୁ ତାହା କିଛି ଫାଇଦା ଯୋଗାଇ ପାରିଲା ନାହିଁ ।

ସୂଚନା ଅନୁଯାୟୀ, ପୂର୍ବତଟ ରେଳବାଇ ମହା ପ୍ରବନ୍ଧକ ଉମେଶ ସିଂହ ପିଇବା ଜଳର ସମସ୍ୟାକୁ ଦୂର କରିବା ପାଇଁ ଷ୍ଟେସନକୁ ଏକ ଉପାୟ ଦେଇଥିଲେ । ସେ କହିଥିଲେ ବାୟୁମଣ୍ଡଳରେ ଉଡୁଥିବା ଜଳକଣାରୁ ପିଇବା ପାଣି ସଂଗ୍ରହ କରିବା ପାଇଁ ଏକ ମେସିନ ତିଆରି କରିବା ଆବଶ୍ୟକ । ତେବେ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରେ ରାୟଗଡାର ସିଙ୍ଗଲ ଲାଇନ ସ୍ଥିତ ଷ୍ଟେସନରେ ପାନୀୟ ଜଳ ତିଆରି କରିବା ପାଇଁ ମେସିନ ସ୍ଥାପନ କରାଗଲା ।

ଏହି ମେସିନ ୫୦ ପ୍ରତିଶତ ବାୟୁର ଆନ୍ଧ୍ରତା ଉପରେ ଏବଂ ୩୨ ରୁ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ କାମ କରିଥାଏ । ପବନରୁ ଆସୁଥିବା ଗରମ ପବନ ଏହି ମେସିନ ଭିତରେ ପ୍ରବେଶ ହୁଏ । ମେସିନ ଭିତରେ ବାୟୁ ବାଷ୍ପିଭୂତ ନ ହୋଇପାରି ଗରମ ପବନ ଜଳରେ ପରିଣତ ହୋଇଥାଏ । ଏହି ମେସିନ ଗୋଟିଏ ଦିନରେ ପ୍ରାୟ ୧୨୦ ଲିଟର ପିଇବା ପାଣି ତିଆରି କରିବାରେ ସକ୍ଷମ ହୋଇପାରୁଛି । ତେବେ ଷ୍ଟେସନ ଅଧିକାରୀଙ୍କ କହିବା ଅନୁସାରେ ଏବେ ପିଇବା ଜଳର ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି । ପ୍ରତିଦିନ ପିଇବା ପାଇଁ ଆବଶ୍ୟକୀୟ ଜଳ ମିଳିଯାଉଛି । ଏହା ରେଳବାଇର ପ୍ରଥମ ସଫଳତା ହୋଇଥିବା ବେଳେ, ଏହି ମେସିନ ତିଆରି କରିବା ପାଇଁ ପୂର୍ବତଟ ରେଳବାଇକୁ  ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।