ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ପୁରୀ-ହାଟିଆ-ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ପୁରୀ-ହାଟିଆ-ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ

କନକ ବ୍ୟୁରୋ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ-ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ ବୁଶ ବା ଏଲଏଚବି କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଏହି ଅନୁରୋଧ କରିଛନ୍ତି । ଏଥିସହ ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି, ତପସ୍ୱିନୀ ଏକ୍ସପ୍ରେସରେ ଏଲଏଚବି କୋଚ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା କରିପାରିବେ ।

ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟିରେ ରଖି ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁୁ ଏଲଏଚବି ରେଳରେ ପରିଣତ କରାଯାଉ । କେନ୍ଦ୍ରମନ୍ତ୍ରୀ ଚିଠିରେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଗାନ୍ଧି ଜୟନ୍ତୀରେ ସେ ଭୁବନେଶ୍ୱର-ରେଢାଖୋଲ ଯାତ୍ରା କରିଥିଲେ ଓ ଏହି ସମୟରେ କିଛି ଯାତ୍ରୀଙ୍କ ସହ ଆଲୋଚନ କରିଥିଲେ । ଏହି ଆଲୋଚନା ସମୟରେ ଯାତ୍ରୀମାନେ ତପସ୍ୱିନୀ ଏକ୍ସପ୍ରେସରେ ଏଲଏଚବି କୋଚ ଆରମ୍ଭ କରିବା ପାଇଁ ନିଜର ଦୀର୍ଘ ଦିନର ଦାବି ଜଣାଇଥିଲେ ।

ସେ ଉଲ୍ଲେଖ କରିଛନ୍ତି ଯେ ଉନ୍ନବିଂଶ ଶତାବ୍ଦୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ୱିନୀ ନାମରେ ଏହି ଟ୍ରେନକୁ ନାମିତ କରାଯାଇଥିଲା । ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ
ହାଟିଆ ଦେଇ ଓଡ଼ିଶା ଏବଂ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏଥିରେ ଅଧିକ ଯାତ୍ରୀ ଦୂର ବାଟ ଯାତ୍ରା କରୁଛନ୍ତି । ନିକଟରେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱରଜଗଦଲପୁର-ଭୁବେନଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସେପ୍ରସକୁ ଉଭୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏ

ଲ୍ଏଚବି ରେକରେ ଆରାମଦାୟକ ଯାତ୍ରା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି କୋଚ୍ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଏବଂ ଏଥିରେ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ତପସ୍ୱିନୀ ଏକ୍ସପ୍ରେସରେ ଏଚଏଚବି କୋଚ୍ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବରେ ଆରାମଦାୟକ ଯାତ୍ରା କରିପାରିବେ । ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟି ରଖି ପୁରୀହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି ରେକରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe