କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ମଉଡମଣି, ମହାପ୍ରଭୁଙ୍କ ବନକଲାଗି ନୀତି ୨୮ଦିନ ହେଲା ହୋଇପାରିନି । ହେଲେ, ଏଥିପାଇଁ ଯେମିତି କାହାର ଡର ନାହିଁ କି ଭୟ ନାହିଁ । ମନଇଛା ସମୟ ଗଡାଇ ଚାଲିଛନ୍ତି ଦାୟିତ୍ୱରେ ଥିବା ସେବାୟତ । ଏପରିକି ଆଜି ବସିଥିବା ସବକମିଟି ବୈଠକରେ ମଧ୍ୟ ନିଷ୍କର୍ସ ବାହାରି ପାରିନି । ଏହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

Advertisment
  • ଛିଣ୍ଡୁନି ବନକଲାଗି ନୀତି ବିବାଦ
  • ନୀତି ସବକମିଟି ବୈଠକରୁ ବାହାରି ପାରିଲାନି ନିଷ୍କର୍ସ

ପୁଣି ଝୁଲିଲା ମହାପ୍ରଭୁଙ୍କ ବନକଲାଗି ନୀତି ନିଷ୍ପତି । ନୀତି ସବକମିଟି ବୈଠକ ପରେ ବି ବହାରିଲାନି ନିଷ୍କର୍ଷ । ଆସନ୍ତା ଅଗଷ୍ଟ ୧ ତାରିଖରେ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ବନକଲାଗି ନୀତି ବିବାଦକୁ ନେଇ ନରମିଛନ୍ତି ଦତମହାପାତ୍ର ସେବାୟତ । ଆସନ୍ତା ବୁଧବାର ବନକଲାଗି ନୀତି କରାଯିବା ନେଇ ସୂଚନା ଦେଇଛନ୍ତି ଦତ୍ତ ମହାପାତ୍ର ସେବାୟତ । ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତ ପ୍ରସ୍ତୁତ ଥିବା କହିଛନ୍ତି । ତେଣୁ ପରିଚାଳନା କମିଟି ବୈଠକର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବାୟତ ।

ନୀତି ସବ କମିଟି ବୈଠକରେ ବାମଦେବ ସଂହିତା ଓ ରେକର୍ଡ୍ସ ଅଫ ରାଇଟସ ଉପରେ ହୋଇଛି ତର୍ଜମା । ତେବେ ଅବହେଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ସ୍ପଷ୍ଟ କରିନାହାନ୍ତି ମୁଖ୍ୟ ପ୍ରଶାସକ । ଏମିତି କି ବିକଳ୍ପ କଥାକୁ ମଧ୍ୟ ଏଡାଇଯାଇଛନ୍ତି । ଦିନକ ତଳେ ଯେଉଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସବକମିଟି ବୈଠକ ପରେ ନିଷ୍କର୍ଷ ବାହାରିବ ଏବଂ କ’ଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାଙ୍କ ସ୍ୱର ବଦଳିଥିବା ଦେଖିବାକୁ ମିଳିଛି । ସେପଟେ କିନ୍ତୁ ବନକଲାଗି କେବେ ହେବ ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କ’ଣ ପଦକ୍ଷେପ ନେବ, ସେନେଇ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ ।