କନକ ବ୍ୟୁରୋ : ପୂଜ୍ୟପୂଜାକୁ ପୁଣି ଅସମ୍ମାନ । ବିକୃତ କରାଯାଉଛି ମହାପୁରଷଙ୍କ ନାଁ । ନବ ଓଡ଼ିଶାର ବିନ୍ଧାଣୀ, ଓଡ଼ିଶା ଇତିହାସର ଧ୍ରୁବତାରା, ପ୍ରଚଣ୍ଡ ବାଗ୍ମୀ, ସାହିତ୍ୟିକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ବିକୃତ କରାଯାଇଛି ।
ଭଦ୍ରକ ଧାମନଗରର ଏକ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ଦେଖିବା ପାଇଁ ମିଳିଛି ଏଭଳି ବିକୃତ ଲେଖା । ହରେକୃଷ୍ଣ ମହତାବଙ୍କ ଫଟୋ ତଳେ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଛି । ବୁଦ୍ଧିଜୀବୀ ଓ ଲୋକଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପରେ ମହାନ୍ତି ଉପରେ ରଙ୍ଗ ବୋଳାଯାଇ ପୁଣି ଥରେ ମହତାବ ଲେଖି ତ୍ରୁଟି ସଂଶୋଧନ କରାଯାଇଛି । ହେଲେ ରାଜ୍ୟର ମହାପୁରୁଷ ମାନଙ୍କ ବିଷୟରେ ସୂଚନା ଦିଆଗଲା ବେଳେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/02/13-3.jpg)