ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରାକୁ ନେଇ ତେଜିଲା ବିବାଦ : ବିଜେପି କର୍ମୀଙ୍କ ବିରୋଧରେ ଅନୁଗୁଳ ଥାନାରେ ଅଭିଯୋଗ କଲେ ବିଜେଡି କର୍ମୀ

217

କନକ ବ୍ୟୁରୋ : ଅନୁଗୁଳ ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ । ଥାନାରେ ପହଁଚିଲା ମାମଲା । ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ । ଗତକାଲି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ଚିରି ଦେଇଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେ ।

ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ କିଛି ବିଜେପି କର୍ମୀ । କିନ୍ତୁ ପୋଲିସ ଆସିବା ପୂର୍ବରୁ ସେମାନେ ଚମ୍ପଟ ମାରିଥିଲେ । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର ଚାଲୁଛି । ଗତକାଲି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବିଶୃଙ୍ଖଳା ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା ।