କନକ ବ୍ୟୁରୋ : ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ । ଏହା ଲାଗୁ ହେବା ଦ୍ୱାରା କଣ କ୍ଷତି ହେବ ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ନିଶଙ୍କ ପୋଖରିଆଲଙ୍କ ନିକଟକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ।
- ଓଡିଶା ବିଶ୍ୱବିଦ୍ୟାଳୟ ଆକ୍ଟ-୧୯୮୯ର ସଂଶୋଧନ ଏବଂ ରେଭେନସା ବିଶ୍ୱବିଦ୍ୟାଳୟ ଆକ୍ଟ ୨୦୦୫କୁ ରଦ୍ଦ କରିବା ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଏହାକୁ ଆଣିବା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବ ।
- ବିଶ୍ୱବିଦ୍ୟାଳୟର ପରିଚାଳନାର ଭାର ସିନେଟ ବଦଳରେ ସିଣ୍ଡିକେଟ ହାତରେ ରହିବା ଦ୍ୱାରା ସିନେଟର ଦାୟିତ୍ୱ ଏବଂ ଗୁରୁତ୍ୱରେ ଫରକ ଆସିବ
- ଭିସି ନିଯୁକ୍ତି ପାଇଁ ଥିବା କମିଟିରେ ସରକାରଙ୍କ ପକ୍ଷରୁ ଜଣେ ବିଶିଷ୍ଟ ଶିକ୍ଷାବିତ ସଦସ୍ୟ ରହିବା ଦ୍ୱାରା
ଭିସି ନିଯୁକ୍ତିରେ ବାଧା ଉପୁ ଯିବ ।
- ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓଡିଶା ପବ୍ଲିକ ସର୍ଭିସ କମିଶନ ମାଧ୍ୟମରେ କରାଯିବା ଏବଂ ଅଣ ଶିକ୍ଷକ ନିଯୁକ୍ତି ଷ୍ଟେଟ ସିଲେକ୍ସନ ବୋର୍ଡ ମାଧ୍ୟମରେ କରାଯିବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ପବିତ୍ରତା ରହିବ ନାହିଁ
ଏହି ପ୍ରସଙ୍ଗରେ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପି ସହିତ ସ୍ୱର ମିଳାଇଛି କଂଗ୍ରେସ । ଏହି ସଂଶୋଧିତ ଆଇନ ଲାଗୁ କରି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟକୁ ନିଜ ଅକ୍ତିଆରରେ ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛି କଂଗ୍ରେସ । ଏଥିରେ ଛାତ୍ରଛାତ୍ରୀଙ୍କର କିଛି ଲାଭ ହେବ ନାହିଁ ବୋଲି କହିଛି ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଉଚ୍ଚମାନର ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଏହି ବ୍ୟବସ୍ଥା କରାଯାଇଛି । ଏଥିରେ ରାଜନୀତିର କୌଣସି ଗନ୍ଧ ନାହିଁ ।
ତେବେ ବିନା ଆଲୋଚନା, ବୈଠକ ଏବଂ ଶିକ୍ଷାବିତଙ୍କ ପରାମର୍ଶରେ ଏପରି ସଂଶୋଧନ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶିକ୍ଷାବିତ । ଏସବୁ ଭିତରେ ଆଜି ବସିଥିବା କୂଳପତିଙ୍କ ବୈଠକରେ ଏହି ସଂଶୋଧିତ ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ।
ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନେଇ ଗୋଟିଏ ପଟେ ବିବାଦ ସୃଷ୍ଟି ହୋଇଥିବା ବେଳେ ଏପଟେ ରାଜ୍ୟ ସରକାର ସଂଶୋଧିତ ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ କୂଳପତିମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆଜି କୂଳପତିମାନଙ୍କ ବୈଠକରେ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ଜଣେ କୂଳପତି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/13-13.jpg)