ଟୀକାକରଣ ଭିତରେ ନିୟମକୁ ନେଇ ବଢିଲା ବିବାଦ । କେନ୍ଦ୍ର କହୁଛି ସିଧାସଳଖ ଆସିଲେ ବି ଦିଆଯିବ ଟୀକା, ଯାଜପୁର ଜିଲ୍ଲାପାଳ କହିଲେ ପଞ୍ଜୀକରଣ ବାଧ୍ୟତାମୂଳକ । 

Advertisment
ଟୀକାକରଣ ଭିତରେ ନିୟମକୁ ନେଇ ବଢିଲା ବିବାଦ । କେନ୍ଦ୍ର କହୁଛି ସିଧାସଳଖ ଆସିଲେ ବି ଦିଆଯିବ ଟୀକା, ଯାଜପୁର ଜିଲ୍ଲାପାଳ କହିଲେ ପଞ୍ଜୀକରଣ ବାଧ୍ୟତାମୂଳକ । 

କନକ ବ୍ୟୁରୋ : ଆଜିଠୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ କରାଯାଉଛି । ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକାକରଣ କରିବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର । କିନ୍ତୁ ଏହାରି ଭିତରେ ଦ୍ୱନ୍ଦ୍ୱ ବଢାଇଛି ନିୟମ ।

କେନ୍ଦ୍ର ସରକାରଙ୍କ ନିୟମ କହୁଛି, ଟୀକାଦାନ କେନ୍ଦ୍ରକୁ ସିଧାସଳଖ ଆସିଲେ ବି ଟୀକା ନେଇହେବ । କିନ୍ତୁ ଯାଜପୁର ଜିଲ୍ଲା ପ୍ରଶାସନର ଅଲଗା ନିୟମ । ଯାଜପୁର ଜିଲ୍ଲାପାଳ କହୁଛନ୍ତି, ବିନା ପଞ୍ଜୀକରଣରେ ଆସିଲେ ଆପଣ ଟୀକା ନେଇପାରିବେ ନାହିଁ । ଅର୍ଥାତ ଯଦି ଆପଣ ପୂର୍ବରୁ ଟୀକା ନେବା ପାଇଁ ପଞ୍ଜୀକରଣ ନକରନ୍ତି, ତେବେ ଆପଣ ଟୀକା ନେଇପାରିବେ । କେନ୍ଦ୍ର ସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ନିୟମ ଭିତରେ ତାଳମେଳ ରହୁନଥିବାରୁ ଲୋକଙ୍କ ମନରେ ବିବାଦ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe