କନକ ବ୍ୟୁରୋ: ଟିଏମ୍ସି ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୋଇଙ୍କ ମଧ୍ୟରେ ଏବେ ଏକ ତିନି ବର୍ଷର କୁକୁରକୁ ନେଇ ବିବାଦ । ମହୁଆ ମୋଇତ୍ରାଙ୍କ ପୂର୍ବତନ ପୁରୁଷ ବନ୍ଧୁ ହେଉଛନ୍ତି ଜୟଅନନ୍ତ ଦେହାଦ୍ରୋଇ । ଯାହାଙ୍କ ଚିଠି ଆଧାରରେ ମହୁଆଙ୍କ ବିରୋଧରେ କ୍ୟାସ୍ ଫର୍ କ୍ୱେରୀ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ।

Advertisment

ରୋଟୱେଲର ପ୍ରଜାତିର ଏହି କୁକୁରର ନାଁ ହେଉଛି ହେନରୀ, ଯାହାର କଷ୍ଟଡି ଅର୍ଥାତ ହେନରୀ କାହା ପାଖରେ ରହିବ ତାକୁ ନେଇ ବିବାଦ ଚାଲିଛି । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଓ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟଅନନ୍ତ ଦେହାଦ୍ରୋଇଙ୍କ ମଧ୍ୟରେ ହେନରୀକୁ ନେଇ ଏହି ବିବାଦ ରହିଛି । ହେନରୀ ଏବେ ମହୁଆଙ୍କ ନିକଟରେ ରହିଛି । ଏହାରି ଭିତରେ ବଡ଼ କଥା ହେଉଛି ଶୁକ୍ରବାର ଦିନ ଜୟଅନନ୍ତ କହିଛନ୍ତି ଯେ, ମହୁଆଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଅଭିଯୋଗକୁ ଫେରାଇ ନେବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଛି । ଅଭିଯୋଗ ଫେରାଇଲେ ହେନରୀକୁ ଫେରାଇ ଦିଆଯିବ ବୋଲି କୁହାଯାଉଛି । କିନ୍ତୁ ସେ ଏଥିରେ ରାଜି ନାହାନ୍ତି । ସିବିଆଇକୁ ସେ ସବୁ ପ୍ରକାର ପ୍ରମାଣ ଯୋଗାଇ ଦେବେ ବୋଲି ଜୟଅନନ୍ତ ଦେହାଦ୍ରୋଇ ଟ୍ୱିଟ୍ କରି କହିଛନ୍ତି ।

ଏହାପରେ ମହୁଆ ମୋଇତ୍ରା ମଧ୍ୟ ଏକ ଟ୍ୱିଟ୍ କରି ଲେଖିଛନ୍ତି ସେ ସିବିଆଇ ଓ ଏଥିକ୍ସ କମିଟି ଯେତେବେଳେ ବି ତାଙ୍କୁ ଡାକିବ ସେ ସମସ୍ତ ପ୍ରଶ୍ନର ଉତର ଦେବାକୁ ରାଜି ଅଛନ୍ତି । ଅଦାନୀ ଦ୍ୱାରା ପରିଚାଳିତ ଗଣମାଧ୍ୟମ ଓ ବିଜେପି ଟ୍ରୋଲର ଉତର ଦେବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି ମହୁଆ ଲେଖିଛନ୍ତି । ମହୁଆ ଓ ଜୟଅନନ୍ତ ପରସ୍ପର ବିରୋଧରେ ହେନରୀକୁ ଚୋରି କରିବା ଅଭିଯୋଗ କରି ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।
ନେତା ଘରର କୁକୁର କଳି
- ରୋଟୱେଲର ପ୍ରଜାତିର ୩ବର୍ଷର କୁକୁର ‘ହେନରୀ’
- ହେନରୀର କଷ୍ଟଡିକୁ ନେଇ ଚାଲିଛି ବିବାଦ
- ମହୁଆ ମୋଇତ୍ରା ଓ ଜୟଅନନ୍ତ ଦେହାଦ୍ରୋଇଙ୍କ ମଧ୍ୟରେ ବିବାଦ
- ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟଅନନ୍ତ ଦେହାଦ୍ରୋଇ
- ଏବେ ହେନରୀ ମହୁଆଙ୍କ ନିକଟରେ ରହିଛି
- ହେନରୀକୁ ନେଇ ଉଭୟ ଉଭୟଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି
- ଜୟଙ୍କ କହିବା ଅନୁଯାୟୀ, ଜାନୁୟାରୀ ୨୦୨୧ରେ ହେନରୀକୁ କିଣିଥିଲେ ଜୟ
- ୭୫ହଜାର ଟଙ୍କାରେ ଦୁଇଟି କିସ୍ତି ଦେଇ କିଣିଥିଲେ
- କ୍ୟାନେଲେ କ୍ଲବ୍ ଅଫ୍ ଇଣ୍ଡିଆର ରେଜିଷ୍ଟ୍ରେସନ ସାର୍ଟିଫିକେଟର ମଧ୍ୟ ରଖିଛନ୍ତି
- ସେପଟେ ମହୁଆ କହିଛନ୍ତି ହେନରୀ ତାଙ୍କର
- ଏବଂ ତାଙ୍କ ଘରକୁ ଆସି ଜୟଅନନ୍ତ ତାକୁ ନେଇଯାଇଥିଲେ, ପରେ ଫେରାଇଛନ୍ତି
- ଦିଲ୍ଲୀ ପୋଲିସ ନିକଟରେ ଉଭୟ ଅଭିଯୋଗ କରିଛନ୍ତି