କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ଉଷ୍ମତା ଜାରି ରହିଛି । ଆଜି ବରଗଡ଼ ବରପାଲି ବ୍ଲକ ରେମନ୍ତା ପଞ୍ଚାୟତରେ ୪ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବାକୁ ନେଇ ବିବାଦ ଦେଖାଯାଇଛି । ଶତାଧିକ ଲୋକ ଏନେଇ ଜିଲ୍ଲାପାଳଙ୍କ ଅଫିସର ଘେରାଉ କରିବା ସହ ପୂନର୍ବାର ନିର୍ବାଚନ କରିବାକୁ ଦାବି କରିଛନ୍ତିି ।
ରେମନ୍ତା ପଞ୍ଚାୟତରେ ସରପଞ୍ଚ ପାଇଁ ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଜଣେ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହାଦ୍ୱାରା ଲୋକେ ସେମାନଙ୍କ ମୌଳିକ ଅôଧକାରରୁ ବଞ୍ଚିତ ହେବେ ବୋଲି କହିବା ସହ ପୁନର୍ବାନ ନିର୍ବାଚନ ନେଇ ବିଚାର କରିବାକୁ ଦାବି କରିଛନ୍ତିି ।