ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ବିବାଦ । ସଂସ୍କୃତି ଓ ପରମ୍ପରା ବଜାଇ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି । ବିରୋଧ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ 

345

କନକ ବ୍ୟୁରୋ: ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବିଜୟ ମହାପାତ୍ର । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ବିନା ଭକ୍ତରେ ପୂରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ । ଚଳିତ ବର୍ଷ ମଧ୍ୟ ସରକାର ସେହି ଅନୁମତି ଆଧାରରେ ପୁରୀରେ ରଥଯାତ୍ରା କରୁଛନ୍ତି । ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଓଡିଶାରେ ଅନ୍ୟାନ୍ୟ ସ୍ଥାନରେ ଦାବି ଉଠିବା ସ୍ଵାଭାବିକ । କେନ୍ଦ୍ରାପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ । ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ ୧୭୦୦ ଖ୍ରୀଷ୍ଟାବ୍ଦ ସମୟର । ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡିଶାରେ ନାହିଁ । କାର୍ତ୍ତିକ ମାସରେ ବଳଦେବ ଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ । ପୁରୀ ମନ୍ଦିର ଓ ବଳଦେବ ଜୀଉ ମନ୍ଦିର ସମାନ ସମୟରେ ହେଲା ।

ରଥ ଉପରେ ନୀତିକାନ୍ତି କେଵଳ ରଥ ଉପରେ ହୋଇପାରିବ । ମନ୍ଦିର ଭିତରେ ହୋଇପାରିବ ନାହିଁ । ୫ଟି କ୍ଷେତ୍ର ଓଡିଶାରେ ଅଛି । ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ । କେଵଳ ସେବାୟତ ମାନେ ରଥ ଉପରେ ନୀତିକାନ୍ତି କରିବେ । କୌଣସି ଭକ୍ତ ଯେମିତି ଯିବେ ନାହିଁ ସରକାର ୧୪୪ ଧାରା ମଧ୍ୟ ଲାଗୁ କରିପାରିବେ । ମୁଖ୍ୟମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରନ୍ତୁ ।

ଯେତେବେଳେ କଳାପାହାଡ଼ ପୁରୀ ଉପରକୁ ଆକ୍ରମଣ କରିଥିଲା, ସେତେବେଳେ କେନ୍ଦ୍ରାପଡା ବଳଦେବ ଜୀଉଙ୍କ ପାଖରେ ରଥଯାତ୍ରା ହୋଇଥିଲା । ଭକ୍ତ ମାନଙ୍କ ଭାବାବେଗ ଆଘାତ ହେବ ନାହିଁ ଓ କୋଭିଡ୍ କଟକଣା ମଧ୍ୟ ବଜାୟ ରହିବ । ଏଭଳି ଏକ ବିକଳ୍ପ ବ୍ୟବସ୍ଥା କରନ୍ତୁ ସରକାର ।

ରଥଯାତ୍ରା ନେଇ ବିଜୟ ମହାପାତ୍ରଙ୍କ ସହ ଏକମତ ହେଲେ ନାହିଁ କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥଯାତ୍ରା ହେଲେ ସଂକ୍ରମଣ ବଢିବ । କେବଳ ପୁରୀ ଛଡା ଆଉ କେଉଁଠି ରଥଯାତ୍ରା ହେବା ଉଚିତ ନୁହଁ। ଅନ୍ୟପଟେ ବିଜେଡି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କୋଭିଡର ଦ୍ଵିତୀୟ ଲହର ଏବେ ବି ଜାରି ରହିଛି। ସବୁଠି ରଥଯାତ୍ରା ହେଲେ ସଂକ୍ରମଣ ବଢିବ। କରୋନା ନିୟନ୍ତ୍ରଣ ପାଇଁ ସରକାର ମୁକାବିଲା କରୁଥିବା ବେଳେ ସଂକ୍ରମଣ ବଢିଲେ କିଏ ଦାୟୀ ରହିବ ବୋଲି କହିଲେ ପ୍ରମିଳା ମଲ୍ଲିକ ।