କନକ ବ୍ୟୁରୋ: କର୍ଣ୍ଣାଟକ ବିଜେପି ଜାରି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ । ଆସନ୍ତା ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ କର୍ଣ୍ଣାଟକ ବିଜେପି ଏକ ପୋଷ୍ଟ କରି ଜାରି କରିଥିବା ଏକ ଫଟୋ ନୂଆ ବିବାଦ ସୃଷ୍ଟି କରିଛି ।
ପୋଷ୍ଟରରେ ଦେଖିବାକୁ ମିଳିଛି ବାଳୁତ ରାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଧରି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଉଭୟଙ୍କ ପଛପାଶ୍ୱର୍ର ଚିତ୍ର ରଖାଯିବା ସହ ଉପରେ ଏକ ବ୍ୟାନରରେ ରାମ ମନ୍ଦିର ପ୍ରତିଷ୍ଠ ଉତ୍ସବ ୨୨ ଜାନୁଆରୀ ୨୦୨୪ ଲେଖାଅଛି । ଚିତ୍ରରେ ରାମଙ୍କ ଠାରୁ ମୋଦୀଙ୍କ ଫଟୋ ବଡ଼ ରହିଛି । ଯାହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ । ଦଳ ପଚାରିଛି, ଫଟୋରେ ମୋଦୀଙ୍କ ମର୍ଯ୍ୟାଦା ପ୍ରଭୁ ରାମଙ୍କ ଠାରୁ କ’ଣ ଅଧିକ? ମୋଦୀ କ’ଣ ରାମଙ୍କ ଠାରୁ ବଡ଼ କି? ଶ୍ରୀରାମଙ୍କୁ ବିଜେପି ଅପମାନିତ କରିଛି ବୋଲି କର୍ଣ୍ଣାଟକ କଂଗ୍ରେସ କହିଛି । ଭକ୍ତଙ୍କ ଭାବାବେଗକୁ ବିଜେପି ଆଘାତ ପହଂଚାଇଥିବା କହିଛି କଂଗ୍ରେସ ।