କନକ ବ୍ୟୁରୋ : ବିଜେଡି ନେତାଙ୍କ ଗୁଣ୍ଡାଗିରି । ଗାଁ ମଝିରେ ଠେଙ୍ଗା ଓ ମରଣାସ୍ତ୍ର ଧରି ଖେଳାଇଲେ ଆତଙ୍କରାଜ । ବାଙ୍କୀ ଡମପଡା ଗାଁର ଖଣ୍ଡାୟତ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡମପଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଗୌରବ ବଳିୟାରସିଂ ଓ ତାଙ୍କର କିଛି ସମର୍ଥକ ମିଶି ସାହିରେ ଥିବା ଗୋପୀନାଥ କ୍ଳବର ସଦସ୍ୟ ମାନଙ୍କୁ ଗାଳି ଗୁଲଜ କରିବା ସହ ଦୀର୍ଘ ଘଣ୍ଟା ଧରି ଆତଙ୍କ ରାଜ ଚଳାଇଥିଲେ । ଗଣେଶ ପୂଜାରେ ଡିଜେ ସାଉଣ୍ଡକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏନେଇ ସେହି ଗାଁର ପ୍ରକାଶ ରଞ୍ଜନ ବଳିୟାରସିଂ ତାଳବସ୍ତ ଫାଣ୍ଡିରେ ଏକ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗଣେଶ ଭସାଣୀ ବେଳେ ଡିଜେ ବଜାକୁ ନେଇ ବିବାଦ । ଗାଁରେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଯୁବକଙ୍କ ଗୁଣ୍ଡାଗିରି
/kanak/media/post_attachments/wp-content/uploads/2023/09/35-12.jpg)