କନକ ବ୍ୟୁରୋ : ବିଜେଡି ନେତାଙ୍କ ଗୁଣ୍ଡାଗିରି । ଗାଁ ମଝିରେ ଠେଙ୍ଗା ଓ ମରଣାସ୍ତ୍ର ଧରି ଖେଳାଇଲେ ଆତଙ୍କରାଜ । ବାଙ୍କୀ ଡମପଡା ଗାଁର ଖଣ୍ଡାୟତ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡମପଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଗୌରବ ବଳିୟାରସିଂ ଓ ତାଙ୍କର କିଛି ସମର୍ଥକ ମିଶି ସାହିରେ ଥିବା ଗୋପୀନାଥ କ୍ଳବର ସଦସ୍ୟ ମାନଙ୍କୁ ଗାଳି ଗୁଲଜ କରିବା ସହ ଦୀର୍ଘ ଘଣ୍ଟା ଧରି ଆତଙ୍କ ରାଜ ଚଳାଇଥିଲେ । ଗଣେଶ ପୂଜାରେ ଡିଜେ ସାଉଣ୍ଡକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏନେଇ ସେହି ଗାଁର ପ୍ରକାଶ ରଞ୍ଜନ ବଳିୟାରସିଂ ତାଳବସ୍ତ ଫାଣ୍ଡିରେ ଏକ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।