କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ କୋଭିଡ଼ ଟୀକାକୁ ନେଇ ବିବାଦ । ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ବାଲେଶ୍ୱରରୁ ପ୍ରଶ୍ନ କରି ପଚାରିଛନ୍ତି, ବିହାରକୁ ମାଗଣାରେ କରୋନା ଟିିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ପାରୁଛନ୍ତି, ତେବେ ଓଡିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛ ଘୁଂଚା କାହିଁକି? ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା ? ଓଡିଶାର ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟିକରଣ ଦେବେକି ଏହା ପାତରଅନ୍ତର ନୁହେଁ କି?
ଓଡିଶାରେ କରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କଣ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ । ଏହାର ଉତର ଓଡିଶାବାସୀ ଚାହୁଁଛନ୍ତି । ଏଥିସହ ରାଜ୍ୟ ସରକାର ଓଡିଶାବାସୀଙ୍କ ପାଇଁ ନିଜସ୍ୱ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ପାଂଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିଛନ୍ତି ଓ ସବୁ ଓଡିଶାବାସୀଙ୍କ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଟୁଇଟରେ ଲେଖିଛନ୍ତି ରାଜା । ବିହାରରେ ବିଜୟୀ ହେଲେ ବିହାରବାସୀଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଦିଆଯିବ ବୋଲି ବିଜେପି ଇସ୍ତାହାରରେ ଘୋଷଣା କରିଛି । ବିଜେପିର ଏହି ଘୋଷଣା ପରେ ଆରମ୍ଭ ହୋଇଛି ବିବାଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/01/ranendra-pratap-swain-raja.jpg)