କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷ ଘର ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରଯାଇଛି । କିନ୍ତୁ ପୂଜକ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ବିରୋଧ କରି ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କ ପାଖକୁ ଚିଠି କରିଛନ୍ତି । ଏକ ଗୋଷ୍ଠୀ ଅନନ୍ତ ବାସୁଦେବଙ୍କ ପାଖରେ ସଂକୁଡି ଭୋଗ ହୁଏ ନାହିଁ କହୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଅନ୍ୟ ଗୋଷ୍ଠୀ । କହିଛନ୍ତି, ପୂର୍ବରୁ ଅନ୍ନ ମହାପ୍ରସାଦ ପୂଜା ହୋଇ ଆସୁଥିଲା ଏବଂ ଆଗକୁ ବି ହେବ ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ, ଅନନ୍ତ ବାସୁଦେବ ମନ୍ଦିରର ରୋଷଘର ନିର୍ମାଣକୁ ନେଇ ବିବାଦ ଚର୍ଚ୍ଚାର ବିଷୟ ହୋଇଛି । କେବଳ ଏତିକି ନୁହେଁ ଯଦି ପୂଜା ନିଯୋଗ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଅଧିନରେ ରହିଛି, ଅନନ୍ତ ବାସୁଦେବ ମନ୍ଦିର । ଆଉ ଏକାମ୍ର ପ୍ରକଳ୍ପ ଅଧୀନରେ ଅନନ୍ତ ବାସୁଦେବ ମନ୍ଦିରର ରୋଷ ଘର ନିର୍ମାଣ ହେବାର ଯୋଜନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Capture-60.jpg)