କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଏକ ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ବଡ ବିବାଦ । କ୍ଲବ୍ ହାଉସ ଚ୍ୟାଟ୍ରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଦିଗବିଜୟ ସିଂହ କହିଛନ୍ତି ଯେ, ଯଦି କଂଗ୍ରେସ ସତାକୁ ଆସେ ତାହାଲେ ଜମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନଃ ଲାଗୁ କରିବା ଦିଗରେ ବିଚାର କରିବେ । ତାଙ୍କର ଏହି ବୟାନକୁ ନେଇ ପୁଣିଥରେ ବିଜେପିର ଟାର୍ଗେଟ୍ରେ ଆସି ଯାଇଛନ୍ତି ଦିଗବିଜୟ ।
ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ କ୍ଲବ ହାଉସ୍ ଚ୍ୟାଟ୍ ଭାଇରାଲ ହେବା ପରେ ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ବିବାଦ । ଏହି ଚ୍ୟାଟ୍ ବେଳ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଦିଗ୍ବିଜୟ ସିଂହ କହିଛନ୍ତି ଯେ, ଦେଶରେ କଂଗ୍ରେସ୍ କ୍ଷମତାକୁ ଫେରିଲେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିବା ଉପରେ ବିଚାର କରିପାରେ । ଦିଗ୍ବିଜୟ ସିଂହଙ୍କ ଏହି ବୟାନକୁ ନିନ୍ଦା କରିଛି ବିଜେପି ।
ସେପଟେ ବିଜେପିର ସମାଲୋଚନା ପରେ ଦିଗ୍ବିଜୟ ସିଂହ ଟ୍ୱିଟ୍ କରି କହିଛନ୍ତି ଯେ ଅପାଠୁଆଙ୍କୁ ମୁଁ ପାଠ ପଢାଇ ପାରିବିନି । ସେପଟେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ଦିଗ୍ବିଜୟ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧାରା ୩୭୦ ଉପରେ ଦିଗ୍ବିଜୟ ସିଂହ ଆଲୋଚନା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫାରୁକ୍ ଅବ୍ଦଲ୍ଲା । ଜମ୍ମୁ- କାଶ୍ମୀରର ଜନତାଙ୍କ ଦୁଃଖ ସେ ବୁଝିପାରିଥିବା ଫାରୁକ ଅବ୍ଦୁଲ୍ଲା କହିଛନ୍ତି ।
କେନ୍ଦ୍ର ସରକାର ୫ ଅଗଷ୍ଟ, ୨୦୧୯ ରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟ ଯୋଗାଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ଏହାସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି ଭିନ୍ନ ଭିନ୍ନ କେନ୍ଦ୍ ଶାସିତ ଅଂଚଳ ଭାବେ ଘୋଷଣା ହୋଇଥିଲା ।