ପଞ୍ଜାବ ଓ ହରିଆଣା ରାଜଧାନୀ ଚଣ୍ଡିଗଡକୁ ନେଇ ତେଜୁଛି ରାଜନୀତି । ଖଟ୍ଟର କହିଲେ, ପଞ୍ଜାବ ଦାବି କରିଥିବା ପ୍ରସ୍ତାବ ସ୍ୱୀକାର ନୁହେଁ ।

153

କନକ ବ୍ୟୁରୋ: ପଞ୍ଜାବ ଓ ହରିଆଣା ରାଜଧାନୀ ଚଣ୍ଡିଗଡକୁ ନେଇ ରାଜନୀତି ବଢିବାରେ ଲାଗିଛି । ଚଣ୍ଡିଗଡ ଉପରେ ପୂର୍ଣ୍ଣ ଅଧିକାର ଦେବା ପାଇଁ ପଞ୍ଜାବ ବିଧାନସଭାରେ ଏକ ବିଧେୟକ ପାରିତ ହୋଇଛି ଏବଂ ଏହି ମାମଲାର କେନ୍ଦ୍ର ସରକାରର ହସ୍ତକ୍ଷେପ ଲୋଡିଛି ପଞ୍ଜାବ । ସେହିପରି ମଙ୍ଗଳବାର ହରିଆଣା ସରକାର ମଧ୍ୟ ରାଜଧାନୀ ହରିଆଣାକୁ ନେଇ ଏକ ବିଧେୟକ ପାରିତ କରିଛନ୍ତି । ବିଧାନସଭାରେ ଏକ ସ୍ୱତନ୍ତ୍ର ବୈଠକ ଡାକି ରାଜଧାନୀ ବିଲ ପାରିତ କରିଛନ୍ତି ହରିଆଣା ସରକାର । ଦୁଇ ରାଜ୍ୟ ଭିତରେ ଥିବା ଏହି ମାମଲାକୁ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ବୋଲି ବିଧେୟକରେ ଦାବି ହୋଇଛି । ସେହିପରି ପଞ୍ଜାବ ଦାବି କରିଥିବା ଏହି ପ୍ରସ୍ତାବ ହରିଆଣା ସରକାରଙ୍କୁ ସ୍ୱୀକାର ନଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି । ଦୁଇ ରାଜ୍ୟ ଭିତରେ ଚାଲିଥିବା ଏହି ବିବାଦ ୧୯୬୬ ମସିହାରୁ ଚାଲିଆସୁଛି ।