ଚର୍ଚ୍ଚାରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଭାଷଣ । ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ, ଥାନା ଓ ଡାକ୍ତରଖାନାରେ ବିନା ଚିହ୍ନା-ପରିଚୟରେ ହେବନି କାମ । 

Advertisment
ଚର୍ଚ୍ଚାରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଭାଷଣ । ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ, ଥାନା ଓ ଡାକ୍ତରଖାନାରେ ବିନା ଚିହ୍ନା-ପରିଚୟରେ ହେବନି କାମ । 

କନକ ବ୍ୟୁରୋ :  ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିବାଦ । ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅରୁପ କହିଥିଲେ,  ଅନେକ ସମୟରେ ଥାନାକୁ ଗଲେ ମାମଲା ରୁଜୁ ହୁଏ ନାହିଁ, ଏବଂ ଡାକ୍ତରଖାନା ଗଲେ ଗୋଟିଏ ଗୋଡ ଖରାପ ଥିଲେ ଅନ୍ୟ ଗୋଡଟି କାଟି ଦିଆଯାଏ, ତେଣୁ ଜନତା ସହ ଥାନା କିମ୍ବା ଡାକ୍ତରଖାନାରେ ଆବଶ୍ୟକ ସେବା ଦେବା ପାଇଁ ମୋ ପରିବାରର ଜଣେ ବ୍ୟକ୍ତି  ସହାୟତା କରିବ । ସେପଟେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଏହା ଦୁଃଖ ଲାଗିବା କଥା, ଯେ ରାଜ୍ୟ ସରକାର ମାନୁଛନ୍ତି ମଧ୍ୟସ୍ଥତା ନହେଲେ ରାଜ୍ୟ ଚଳି ପାରିବ ନାହିଁ ।

ଅବସର ଥିଲା, ବିଜେଡିର ପ୍ରତିଷ୍ଠା ଦିବସ । ଖୋର୍ଦ୍ଧାରେ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ରଖୁଥିଲେ ଓଡ଼ିଶା ମୋ ପରିବାରର ଆବାହାକ ତଥା ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ । ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ଅରୁପ ଥାନା ଓ ଡାକ୍ତରଖାନା ସମ୍ପର୍କରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଯାହା ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଥାନା କିମ୍ବା ଡାକ୍ତରଖାନାରେ ଚିହ୍ନା ପରିଚୟ ଦରକାର । ଚିହ୍ନା ପରିଚୟ ନଥିଲେ କିଛି ପରିପାରିବେ ନାହିଁ ବୋଲି କହିବା ସହ ଓଡ଼ିଶା ମୋ ପରିବାର ସଦସ୍ୟମାନେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ଅରୁପ ପଟ୍ଟନାୟକ । ସେହିପରି ଓଡ଼ିଶାରେ କ୍ୟାନସର୍ ଚିକିତ୍ସାକୁ ନେଇ ମଧ୍ୟ ନିଜ ବୟାନ ରଖିଛନ୍ତି ।

ଅରୁପ ପଟ୍ଟନାୟକଙ୍କ ଏହି ବୟାନକୁ ନେଇ ଏବେ ରାଜନୀତି ତେଜିଛି । ବିଜେଡି ନେତାଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ଦୁଃଖ ଲାଗିବା କଥା ଯେ ଲମ୍ବା ଶାସନ କରିବା ପରେ ବି ମଧ୍ୟସ୍ଥତା ନହେଲେ କାମ ହୋଇପାରିବନି ଏକଥା ବିଜେଡି ନେତା ମାନୁଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, କଣ ଯୁଆଡେ ଯିବ ସେମାନଙ୍କ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ । ତେବେ ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ବିଜେଡି ପ୍ରତିଷ୍ଠା ଦିବସରେ ଅରୁପ ରଖିଥିବା ବୟାନ ଉପରେ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe