ଭାରତରେ ‘ଫାଇଜର୍’ ଟିକାକୁ ଅନୁମତି ଦେବା ନେଇ ବିବାଦ । ଫାଇଜର ଚାହୁଁଛି-ସାଇଡ୍ ଇଫେକ୍ଟ ଦେଖାଦେଲେ ଦାୟୀ ହେବ ନାହିଁ କମ୍ପାନୀ

239

କନକ ବ୍ୟୁରୋ: ଆମେରିକାର କରୋନା ଟିକା ଫାଇଜର ଭାରତ ଆସିବା ନେଇ ସମସ୍ୟା ରହିଛି । ଟିକା ବ୍ୟବହାର ନେଇ କଂପାନୀ କରୁଥିବା ଦାବିର ଆଇନଗତ ସୁର କ୍ଷାକୁ ନେଇ ଭାରତ ଓ ଟିକା କଂପାନୀ ମଧ୍ୟରେ ତାଳମେଳ ହୋଇପାରୁନାହିଁ । ସିଧା କହିବାକୁ ଗଲେ କ୍ଷତିପୂରଣ ବଣ୍ଡକୁ ନେଇ ଭାରତ ସରକାର ଓ ଫାଇଜର ନିର୍ମାତା କଂପାନୀ ମୁହାଁମୁହିଁ ହେଉଛନ୍ତି ।

ଫାଇଜରର ଏଭଳି ଚୁକ୍ତିରେ କାହିଁକି ଭାରତ ସରକାରଙ୍କ ସ୍ୱାକ୍ଷର କରିବେ ବୋଲି କୁହାଯାଇଥିବା ସୂଚନା ଦେଇଛି ଖବର ସରବରାହ ସଂସ୍ଥା ରଏଟର । ଟିକା ନେବା ପରେ ହିତାଧିକାରୀଙ୍କ ଠାରେ କୌଣସି ଗମ୍ଭୀର ଦୁଷ୍ପ୍ରାଭ ଦେଖା ଦେଲେ ଏଥିପାଇଁ କଂପାନୀ ଦାୟୀ ରହିବ ନାହିଁ । ଏଥିପାଇଁ କେବଳ କେନ୍ଦ୍ର ସରକାର ଦାୟୀ ହେବେ । ଏଭଳି ସର୍ତ୍ତ ଫାଇଜର ଲାଗୁ କରି ବ୍ରିଟେନ ଓ ଆମେରିକାରେ ଟିକାକରଣ କରୁଛି ।

ହେଲେ ଫାଇଜରର ଏହି ସର୍ତରେ ଭାରତ ରାଜି ହେଉନଥିବାରୁ ଫାଇଜର ଟିକା ଆସିବାରେ ଡେରି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଭାରତ ଟିକା ଅଭାବ ସମସ୍ୟାର ସାମ୍ନା କରୁଥିବାରୁ ଶୀଘ୍ର ଫାଇଜର, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେବା ଉପରେ ଭାରତ ସରକାର ବିଚାର କରୁଥିବା ସୂଚନା ମିଳିଛି ।