କନକ ବ୍ୟୁରୋ: ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ଘଟଣାର ଗୁମର ଖୋଲିବାରେ ଲାଗିଛି । କେଉଁ ପରିସ୍ଥିତିରେ ସେହି ବ୍ୟାଙ୍କାରେ ଟଙ୍କା ଜମା କରାଗଲା, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୨୦୧୭ ଯାଏଁ ୟେସ ବ୍ୟାଙ୍କରେ ସରକାରୀ ଟଙ୍କା ଜମା କରିବା ନେଇ ଅନୁମତି ନଥିଲା । କିନ୍ତୁ ପରବର୍ତ୍ତୀ ବର୍ଷ ମାନଙ୍କରେ ଏହି ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ତାଲିକା ଜାରି କରାଗଲା । ଯେତେବେଳେ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବାକୁ ଲାଗିଲା ସେତେବେଳେ ଅର୍ଥାତ୍ ୨୦୧୯ରେ ଶ୍ରୀମନ୍ଦିର ପ୍ରଶାସନ ଆଶ୍ଚର୍ଯ୍ୟଜନକ ଭାବେ ଜଗନ୍ନାଥଙ୍କ ବିପୁଳ ପରିମାଣର ଟଙ୍କା ଜମା କରିବାକୁ ନିଷ୍ପତ୍ତି ନେଲେ । ଏହି ଘଟଣା ତକ୍ରାଳୀନ ଅର୍ଥ ସଚିବ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରେ ଏକ ବଡ ପ୍ରଶ୍ନ ଠିଆ କରିଛି ।
ତେବେ ପ୍ରଶ୍ନ ଉଠୁଛି କି, ଜାଣିଶୁଣି ବୁଡାଇଦେଲେ ଜଗନ୍ନାଥଙ୍କ ଟଙ୍କା? ବ୍ୟାଙ୍କ ବୁଡୁଥିବା ବେଳେ କାହିଁକି ଜମା କରିଦେଲେ ୫୪୫ କୋଟି ? ୨୦୧୭ ମସିହାରେ ତକ୍ରାଳୀନ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ ଜାରି କରିଥିବା ତାଲିକାରେ ବ୍ୟାଙ୍କର ନାମ ଥିଲା ଯେଉଁଥିରେ ସରକାରୀ ଟଙ୍କା ଜମା କରାଯାଇପାରିବ । ଆଉ ସେଥିରେ ୟେସ ବ୍ୟାଙ୍କର ନାଁ ନଥିଲା । କିନ୍ତୁ ୨୦୧୮ରେ ଜାରି କରାଯାଇଥିବା ତାଲିକାରେ ଯୋଡି ହୋଇଗଲା ୟେସ ବ୍ୟାଙ୍କର ନାଁ । ଆଉ ସେହି ବର୍ଷ ବଡ ଧରଣର ସଙ୍କଟ ଆରମ୍ଭ ହୋଇଥିଲା ୟେସ ବ୍ୟାଙ୍କରେ । ଏପଟେ ଆରବିଆଇ ବ୍ୟାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥାଏ ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ୟେସ ବ୍ୟାଙ୍କରେ ସଙ୍କଟ ଚାଲିଥିବା ବେଳେ ୨୦୧୯ରେ ପୁଣି ଥରେ ଅର୍ଥସଚିବ ୟେସ ବ୍ୟାଙ୍କର ନାଁ ଥାଇ ଆଉ ଏକ ତାଲିକା ଜାରି କଲେ । ଯେଉଁଥିରେ ସରକାରୀ ଟଙ୍କା ରଖିବା ପାଇଁ ଅନୁମତି ଦିଆଗଲା । ଆଉ ଏହି ତାଲିକାରେ ରହିଛି ୟେସ ବ୍ୟାଙ୍କ । ତେବେ ସନ୍ଦେହ ସୃଷ୍ଟି ହେଉଛି କି ବ୍ୟାଙ୍କ ସଙ୍କଟ ବିଷୟରେ କେମିତି ଜାଣିପାରିଲେ ନାହିଁ ଅର୍ଥସଚିବ?
ନା’ ଜାଣିଶୁଣି ଚୁପ୍ ରହିଗଲେ?
- ୨୦୧୮ମସିହା ଅଗଷ୍ଟ ମାସ ବେଳକୁ ଅନିୟମିତତା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ସ୍କାନରକୁ ଆସି ସାରିଥିଲା ୟେସ ବ୍ୟାଙ୍କ ।
- ୨୦୧୮-୧୯ ର ଶେଷ ତ୍ରୈମାସିକ କ୍ଷତି ଥିଲା ୧୫୦୬.୬ କୋଟି ଟଙ୍କା
- ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କର ୨୫୨୮ କୋଟି ବକେୟା ଟଙ୍କା ମଧ୍ୟରୁ ୨୪୪୨ କୋଟି ଟଙ୍କା ଏନପିଏ ବୋଲି ବିବେଚିତ ହୋଇସାରିଥିଲା
- ବ୍ୟାଙ୍କର ସେୟାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଇବାକୁ ଲାଗୁଥିଲା
ସବୁଠୁ ବଡ଼ ପ୍ରଶ୍ନ ହେଉଛି, ୟେସ ବ୍ୟାଙ୍କର ଅବସ୍ଥା ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ସରକାରୀ ଅଧିକାରୀ ମାନେ କିଭଳି ସେହି ବ୍ୟାଙ୍କରେ ୫୪୫ କୋଟି ଭଳି ବିପୁଳ ପରିମାଣର ଟଙ୍କା ରଖିବାକୁ ସାହସ କଲେ । ନା’ ଏହା ପଛରେ ରହିଛି ବଡ଼ ଧରଣର ଡିଲ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-09-19h08m24s558.png)
/kanak/media/post_attachments/wp-content/uploads/2020/03/vlcsnap-2020-03-09-19h08m30s900.png)
/kanak/media/post_attachments/wp-content/uploads/2020/03/vlcsnap-2020-03-09-19h08m37s968.png)