କଂସ ଚରିତ୍ରକୁ ନେଇ କଳି ତୁଟୁନି! କଂସ ଭୂମିକା ଅଭିନେତା ପରିବର୍ତ୍ତନକୁ ବରଗଡ଼ ବୁଦ୍ଧିଜୀବୀଙ୍କ ବିରୋଧ, ପଦ୍ମଶ୍ରୀ ହଳଧର ନାଗଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ।

447

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ନୂଆ କଳାକାର ଚୟନ ପାଇଁ ନିଷ୍ପତି ଏବଂ ଚୟନ କମିଟିର ମନମାନୀ ଅଭିଯୋଗରେ ନେଇ ହେଉଛି ସାଂସ୍କୃତିକ ପ୍ରତିବାଦ । ପଦ୍ମଶ୍ରୀ ହଳଧର ନାଗଙ୍କ ନେତୃତ୍ୱରେ ଶତାଧିକ କଳାକାର କିର୍ତନ କରି ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସମୟ ପୂର୍ବରୁ କାହିଁକି କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କୁ ପରିବର୍ତନ କରିବା ଭଳି ନିଷ୍ପତି ହେଉଛି ସେନେଇ ପ୍ରଶ୍ନ କରିଛନ୍ତି କବି, ଲେଖକ ଏବଂ ସାହିତ୍ୟିକ ।

ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା କଂସ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କୁ ତିନି ବର୍ଷ ପାଇଁ ଚୟନ କରାଯାଇଛି । ତେବେ ଠିକ୍ ଧନୁଯାତ୍ରା ପୂର୍ବରୁ ଚୟନ କମିଟି ନୂଆ କଳାକାର ବାଛିବାକୁ ଚିନ୍ତା କରାଯାଉଛି, ଯାହାକୁ ନେଇ ଏକ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି-ଏ ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଶ୍ୱର ସବୁଠୁ ବଡ଼ ଖୋଲାମଂଚକୁ ଫେରିଛନ୍ତି ଭୁବନେଶ୍ୱର ପ୍ରଧାନ । ଆଉ ଏଥିପାଇଁ ସେ ବିଧିବଦ୍ଧ ଭାବରେ ଚୟନପ୍ରକ୍ରିୟାରେ ମନୋଚିତ ହୋଇଛନ୍ତି । ହେଲେ ସମୟର ସୀମା ଆହୁରୀ ଗୋଟିଏ ବର୍ଷ ବାକିଥିବା ବେଳେ କଳାକାର ବଦଳ ନିଷ୍ପତି ସମସ୍ତଙ୍କୁ ବ୍ୟଥିତ କରିଛି ।