ବିଶ୍ୱବିଦ୍ୟାଳୟ ସମସ୍ୟା କହିଲି ବୋଲି…୭୦ ଥର ଉଠବସ କରାଇଲେ ! ଛାତ୍ର ନେତାଙ୍କୁ ବିଧାୟକଙ୍କ ଉଠବସ କରିବା ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା

76

କନକ ବ୍ୟୁରୋ : ବାରିପଦାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଉତର ଓଡିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତିଙ୍କୁ ମଙ୍ଗଳବାର ଉଠବସ କରାଇବା ଘଟଣାକୁ ନେଇ ଚର୍ଚା ଜୋର ଧରିଛି । ଅରୁଣ ସାହୁଙ୍କ ବିରୋଧରେ ମୟୂରଭଂଜର ବିଭିନ୍ନ ଛାତ୍ର ସଂଗଠନ ଏକାଠି ହୋଇଛନ୍ତି । ଅରୁଣଙ୍କ କୁଶପୁତଳିକା ଦାହ କରିବା ସହ ତାଙ୍କୁ ଜିଲ୍ଲାରେ ବୟକଟ୍ କରିବାକୁ ଧମକ ଦେଇଛନ୍ତି । ଛାତ୍ର ସଂସଦ ସଭାପତି ତୁଷାର ନାୟକ ଅଭିଯୋଗ କରିଛନ୍ତି, ଗତକାଲି ଅରୁଣ ସାହୁ, ତାଙ୍କୁ ସମସ୍ତଙ୍କ ସାମ୍ନାରେ ୭୦ ଥର ଉଠବସ କରାଇଛନ୍ତି ।

ବାରିପଦାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଉତର ଓଡିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତିଙ୍କୁ ଉଠବସ କରାଇବା ଘଟଣାକୁ ନେଇ ଚର୍ଚା ଜୋର ଧରିଛି । ଅରୁଣ ସାହୁଙ୍କ ବିରୋଧରେ ମୟୂରଭଂଜର ବିଭିନ୍ନ ସଂଗଠନ ଏକାଠି ହୋଇଛନ୍ତି । ଅରୁଣଙ୍କ କୁଶପୁତଳିକା ଦାହ କରିବା ସହ ତାଙ୍କୁ ଜିଲ୍ଲାରେ ବୟକଟ୍ କରିବାକୁ ଧମକ ଦେଇଛନ୍ତି । ଅଭିଯୋଗ ହୋଇଛି, ଗତକାଲି ଅରୁଣ ସାହୁ, ଉତର ଓଡିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତିଙ୍କୁ ସମସ୍ତଙ୍କ ସାମ୍ନାରେ ୭୦ ଥର ଉଠବସ କରାଇଛନ୍ତି ।

ମଙ୍ଗଳବାର ବାରିପଦା ସର୍କିଟ ହାଉସରେ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଂଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକଙ୍କୁ ଉଠବସ କରାଇଥିଲେ । ତୁଷାରଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ୟୁନିଭରସିଟିର କିଛି ଦାବି ନେଇ ସେ, ଅରୁଣ କୁମାର ସାହୁଙ୍କ ପାଖକୁ ବାରିପଦା ସର୍କିଟ ହାଉସକୁ ଯାଇଥିଲେ । ଅରୁଣଙ୍କ ଆଗରେ ଦାବି ବି ରଖିଥିଲେ । କିନ୍ତୁ ତୁଷାରଙ୍କ କାମରେ ଅରୁଣ କୁଆଡେ ଖପ୍ପା ଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ତାଙ୍କୁ ୭୦ ଥର ଉଠବସ କରିବାକୁ କହିଥିଲେ ।

ଅରୁଣ ସାହୁଙ୍କ ଏଭଳି ଆଚରଣ ନେଇ ତୁଷାର ଫେସବୁକରେ ପୋଷ୍ଟ କରିବା ପରେ ବୁଧବାର ଜୋର ଧରିଥିଲା ପ୍ରତିବାଦ । ମୟୂରଭଂଜର ବିଭିନ୍ନ ସଂଗଠନ, ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଏପରିକି ଅରୁଣ ସାହୁଙ୍କୁ ଜିଲ୍ଲାରେ ପୁରାଇ ନଦେବାକୁ ଧମକ ଦେଇଛନ୍ତି । ଅନ୍ୟପଟେ ଅରୁଣ ସାହୁ କହିଛନ୍ତି, ଘଟଣାର ସତ୍ୟାସତ୍ୟ ଖୁବଶୀଘ୍ର ପଦାକୁ ଆସିବ ।