କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ପିଛା ଛାଡ଼ୁନି ବିବାଦ । କିଛି ମାସ ତଳର କଥା ମନେ ପକାନ୍ତୁ, କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ ତିନି ଅଭିନେତ୍ରୀ । ଓଲିଉଡ୍ କଳାକାରଙ୍କ ଭିତରେ ଯେଉଁ କଳି ହେଉଛି, ତା ପଛରେ ଟୁଟୁ ନାୟକଙ୍କ ଭୂମିକା ଥିବା କୁହାଯାଉଛି । ଏହାରି ଭିତରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିଥିବା ଅଭିଯୋଗ ଆସିଛି । ଯଦିଓ ଅଭିଯୋଗକୁ ଟୁଟୁ ଖଣ୍ଡନ କରିଛନ୍ତି, କିନ୍ତୁ ମାମଲା ଥାନାରେ ପହଂଚିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ସ୍ୱାତୀ ସିନେମା ହଲ ସାମ୍ନାେରେ ଛିଡା ହୋଇ କାନ୍ଦୁଥିବା ଏହି ଯୁବତୀ ଜଣେ କାର୍ଯ୍ୟରତ ସାମ୍ବାଦିକା । ଓଲିଉଡରେ କଳାକାରଙ୍କ କଳି ଭିତରେ, ଯେତେବେଳେ ଗୋଟିଏ ନୂଆ ଓଡିଆ ସିନେମାର ପ୍ରିମିୟର ହେଉଥିଲା, ଏହି ଖବର ସଂଗ୍ରହ କରିବାକୁ ପହଂଚିଥିଲେ ଗଣମାଧ୍ୟମର ପ୍ରତିନିଧି । ‘ପ୍ରଥା’ ସିନେମାର ପ୍ରିମିୟର ସୋ’ରେ ମଧ୍ୟ ପହଂଚିଥିଲେ ଓଡିଆ ଫିଲ୍ମ ଜଗତର ଏକାଧିକ ପ୍ରଯୋଜକ । ହେଲେ ଅଭିଯୋଗ ହୋଇଛି, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ମୋବାଇଲ ଭିଡିଓ… ଏ ହେଉଛି ସେହି ସମୟର ଭିଡିଓ । ସିନେମା ହଲରେ ଫିଲ୍ମ ଚାଲିଥିବାବେଳେ ବାହାରେ ଅପେକ୍ଷା କରି ରହିଥିଲେ ସାମ୍ବାଦିକମାନେ । ଏତିକିବେଳେ ପ୍ରଯୋଜକ ଟୁଟୁ ନାୟକ ଆସି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିଥିଲେ । ଯାହାକୁ ନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେବସ୍ମିତା ।
ଦେବସ୍ମିତା ତାଙ୍କ ଅଭିଯୋଗରେ ଲେଖିଛନ୍ତି- ଦିନ ୧୨ଟା ୫୦ରେ ସେ ଅନ୍ୟ ସାମ୍ବାଦିକ ବନ୍ଧୁମାନଙ୍କ ସହ ଖବର ସଂଗ୍ରହ କରିବାକୁ ସ୍ୱାତୀ ହଲରେ ଅପେକ୍ଷା କରିଥିଲେ । ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଓରଫ ସଂଜୟ ନାୟକ ଅଚାନକ୍ ଆସି ତାଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡା ଦେଇଥିଲେ । ଏଥିସହ ଖରାପ ଭାଷାର ପ୍ରୟୋଗ କରିଥିଲେ । ମାଡ ମାରିବା ଫଳରେ ତାଙ୍କ ହାତରେ ଥିବା ବୁମ୍ ଓ ମୋବାଇଲ ଫୋନ ତଳେ ଖସିପଡିଥିଲା । ଏହାକୁ ଉଠାଇବାବେଳେ ସେ ପୁଣି ତାଙ୍କ ପିିଠିକୁ ମାଡ ମାରିଲେ । ତେବେ କହିଁକି ଟୁଟୁ କାହିଁକି ତାଙ୍କୁ ମାଡ ମାରିଲେ ସେ ଜାଣିନାହାନ୍ତି । ଟୁଟୁ ନାୟକଙ୍କ ଏଭଳି ବ୍ୟବହାର ତାଙ୍କର ମର୍ଯ୍ୟାଦା ହାନୀ କରିବା ସହ ଗଭୀର ଆଘାତ ଦେଇଥିବା ଲିଖିତ ଭାବେ ଜଣାଇଛନ୍ତି ଦେବସ୍ମିତା । ତେବେ ଏନେଇ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ପୂର୍ବରୁ ମଧ୍ୟ ପ୍ରଯୋଜକ ଟୁଟୁ ନାୟକଙ୍କୁ ନେଇ ଅନେକଥର ବିବାଦ ହୋଇଛି । ଫିଲ୍ମ ପ୍ରଯୋଜକ ସଂଘର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ପରେ ସେ ପୁଣି ନିଜେ ଉକ୍ରଳ ସିନେ ଚାମ୍ବର ଅଫ କମର୍ସର ସଭାପତି ବନିଗଲେ । ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ୨ ବର୍ଷ ପାଇଁ ବ୍ୟାନ୍ ଲଗାଇବା ଘୋଷଣା ମଧ୍ୟ ଟୁଟୁ ନାୟକ ହିଁ କରିଥିଲେ । ଯାହାକୁ ନେଇ ଓଲିଉଡ୍ କଳାକାରଙ୍କ ଭିତରେ ବିବାଦ ବଢିବଢି ଚାଲିଛି । କିଛିଦିନ ପୂର୍ବରୁ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣି ଗଣମାଧ୍ୟମରେ ବର୍ଷିଥିଲେ ୩ ଜଣ ଅଭିନେତ୍ରୀ । ଏସବୁ ଭିତରେ ଟୁଟୁଙ୍କ ବିରୋଧରେ ଆଉଏକ ଅଭିଯୋଗ ଯୋଡି ହୋଇଯାଇଛି ।