ବେଦାନ୍ତ ଖଣି ଖନନକୁ ନେଇ ବଢୁଛି ବିବାଦ: ଅକ୍ଟୋବର ୧୬ ପରିବେଶ ମଂଜୁରୀ ଜନଶୁଣାଣିକୁ ବିରୋଧ ପାଇଁ ବିରୋଧୀଙ୍କ ସଜବାଜ

130

କନକ ବ୍ୟୁରୋ: ବେଦାନ୍ତ ବିରୋଧରେ ବଢୁଛି ଜନ ଅସନ୍ତୋଷ । ମେଳି ବାନ୍ଧୁଛନ୍ତି କମ୍ପାନୀ ବିରୋଧୀ ଗ୍ରାମବାସୀ । କମ୍ପାନୀ ପାଇଁ ଖଣି ଖନନକୁ କରାଯାଉଛି ବିରୋଧ । ଖଣି ଖନନ ଯୋଗୁ ପ୍ରଭାବିତ ହେଉଥିବା ଗାଁର ଲୋକମାନଙ୍କ ବିରୋଧ କରି ଆସୁଛନ୍ତି । ଆଗକୁ ଏହି ବିରୋଧ ଧାରା ଜାରି ରଖିବାକୁ ଯୋଜନା କରୁଛନ୍ତି । ପ୍ରକୃତିକୁ ପୂଜା କରୁଥିବା ଆଦିବାସୀ ନିଜର ଜୀବନ ଜୀବିକା ପାଇଁ ପାହାଡ଼ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ସେମାନେ କୌଣସି ହାଲରେ ଜମି ନଛାଡିବାକୁ ଜିଦ ଧରି ବସିଛନ୍ତି । ଖଣି ଅଂଚଳରେ କାରଖାନା ନାହିଁ ତ ଖଣି ନାହିଁ ବୋଲି କହିବା ସହ ଜନ ଶୁଣାଣିରେ ବିରୋଧ କରିବାକୁ ସଜବାଜ ହେଉଛନ୍ତି । ବେଦାନ୍ତ କମ୍ପାନୀ ପକ୍ଷରୁ ସିଜିମାଳି ଖଣି ହାତେଇବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ସେଥିପାଇଁ ଆସନ୍ତା ଅକ୍ଟୋବର ୧୬ ତାରିଖରେ ସୁଙ୍ଗେର ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବେଶ ମଜୁରୀ ଶୁଣାଣି କରାଯିବ । ପରିବେଶ ମଞ୍ଜୁରୀ ଜନଶୁଣାଣୀ ଆୟୋଜନ କରିବାକୁ ଥିବା ବେଳେ କଂଟାମାଳ, ବଣ୍ଡେଲ, ସିରାମ୍ବାଇ ସମେତ ପ୍ରଭାବିତ ଗ୍ରାମର ଗ୍ରାମବାସୀ ବିରୋଧ କରିବାକୁ ଅଂଟା ଭିଡିଛନ୍ତି । ଖଣି ଖନନ ଦ୍ୱାରା ଜଳ ଜଙ୍ଗଲ ଜମି ପ୍ରଭାବିତ ହେବା ସହ ସେମାନଙ୍କ ଜୀବିକା ପ୍ରଭାବିତ ହେବ ବୋଲି ତୀବ୍ର ବିରୋଧ କରିଛନ୍ତି ।