ମୁମ୍ବାଇର କରାଚି ସୁଇଟ୍ସର ନାଁକୁ ନେଇ ବଢୁଛି ବିବାଦ । ଫଡନଭୀସ କହିଲେ, ଦିନେ ଭାରତର ଅଂଶ ବନିବ କରାଚି । ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ଜବାବ, ଆଗେ ପିଓକେକୁ ଦଖଲ କର ପରେ ପଂହଚିବ କରାଚି

164

କନକ ବ୍ୟୁରୋ : ଶିବସେନା ନେତାଙ୍କ ଭାଇରାଲ ଭିଡିଓ ପରେ କରାଚି ନାଁକୁ ନେଇ ବଢୁଛି ରାଜନୀତି । ଅଖଣ୍ଡ ଭାରତର ଉଲ୍ଲେଖ କରି ଗୋଟିଏ ଦିନ କରାଚି ଭାରତର ଅଂଶ ହେବ ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭୀସ । ସେ କହିଛନ୍ତି ଯେ ଆମେ ଅଖଣ୍ଡ ଭାରତରେ ବିଶ୍ୱାସ କରୁ ଏବଂ ଦିନେ କରାଚି ଭାରତର ଅଂଶ ହେବ ।

ଏହି ବିଜେପି ନେତାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ଶିବସେନ । ଦଳୀୟ ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ ପ୍ରଥମେ ପାକ୍ ଅଧିକୃତ କଶ୍ମୀରକୁ ଭାରତରେ ସାମିଲ କରାଯାଉ ପରେ ଯାଇ ଆମେ କରାଚିରେ ପହଂଚିବା  । ଯଦି କରାଚି ଭାରତର ଅଂଶ ହେବେ ତେବେ ଆମେ ତାର ସ୍ୱାଗତ କରିବୁ କିନ୍ତୁ ପ୍ରଥମେ ପାକ୍ ଅଧିକଅତ କଶ୍ମୀରକୁ ଭାରତରେ ସାମିଲ କରାଯାଉ ବୋଲି କହିଛନ୍ତି ସଂଜୟ ରାଉତ ।

ନିକଟରେ ଶିବସେନା ନେତା ନୀତିନ ମଧୁକର ନନ୍ଦଗାଓଁକରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଶିବସେନା ନେତା ମୁମ୍ବାଇ ସ୍ଥିତ କରାଚି ସୁଇଟ୍ସର ମାଲିକଙ୍କୁ ଧମକ ଦେଉଥିବାର ଦେଖିବାକଚ ମିଳିଥିଲା । ଦୋକାନର ନାଁରୁ କରାଚି ଶବ୍ଦକୁ ହଟାଇବା ପାଇଁ କରାଚି ସୁଇଟ୍ସର ମାଲିକଙ୍କୁ ଧମକ ଦେଉଥିଲେ ଶିବସେନା ନେତା ନୀତିନ ମଧୁକର । ତେବେ ଏହି ବୟାନରୁ ନିଜକୁ ଅଲଗା ରଖିଥିଲା ଶିବସେନା । ଏହା ଦଳର ମତ ନୁହେଁ ବୋଲି କହିଥିଲେ ସଂଜୟ ରାଉତ ।