କନକ ବ୍ୟୁରୋ: ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଲୋକଙ୍କୁ ପିଡିଏସ୍ ଚାଉଳ ଯୋଗାଇ ଦିଆଯାଉଛି । ଗାଁ ଗାଁରେ ଲୋକେ ପିଡିଏସ୍ ଚାଉଳ ପାଉଛନ୍ତି । ଲୋକଙ୍କୁ ପିଡିଏସ୍ ଚାଉଳରେ ସ୍ୱତନ୍ତ୍ର ଫର୍ଟିଫାଏଡ୍ ଚାଉଳ ମିଶାଇ ପିଡିଏସ୍ ଚାଉଳରେ ଯୋଗାଇ ଦିଆଯାଉଛି ।
ଭିଟାମିନ୍ ଅଭାବ ଦୂର ପାଇଁ ଫର୍ଟିଫାଏଡ୍ ରାଇସ୍ ଦିଆଯାଉଛି । ବିଶେଷ କରି ଶିଶୁ ଓ ମହିଳାଙ୍କ ପୁଷ୍ଟିହୀନତା ଦୂର ପାଇଁ ଏପରି ବ୍ୟବସ୍ଥା ହୋଇଛି । ଏଫଏସଏସଏଆଇ ମାନଦଣ୍ଡ ଅନୁସାରେ ୧ କେଜି ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନ୍-ଯୁକ୍ତ ଚାଉଳ ମିଶାଯାଏ । ଏହି ଚାଉଳରେ ଲୌହସାର, ଫଲିକ୍ ଏସିଡ ଓ ଭିଟାମିନ୍ ବି-୧୨ ରହିଥାଏ । ଯାହା ଲୋକଙ୍କ ଶରୀରରେ ଥିବା ଭିଟାମିନ୍ ଅଭାବକୁ ଦୂର କରିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/basmati-rice-1200.jpg)