ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବଢୁଛି ବିବାଦ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା ।

135

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବଢୁଛି ବିବାଦ । ଜେଏନୟୁ ଏବଂ ଜାମିଆ ୟୁନିଭରସିଟି ପରେ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା ଦେଖାଦେଇଛି । ଏନଏସୟୁଆଇର ଛାତ୍ର ସଙ୍ଗଠନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି । ତେବେ ଉତ୍ତେଜନା ଅଧିକ ହେବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ୟୁନିଭରସିଟିରେ ୧୪୪ ଧାରା ଲାଗୁ କରାଯାଇଛି । ଏହାସହ ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଛି । ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖାଯାଇ ପୋଲିସ ମୁତୟନ ହୋଇଛନ୍ତି । ଆନ୍ଦୋଳନ କରିବା ସହ ଦିଲ୍ଲୀ ପୋଲିସ ଗୋ ବ୍ୟାକ , ଗୋ ବ୍ୟାକ ନାରାରେ କ୍ୟାମ୍ପସ କମ୍ପି ଉଠିଥିଲା । ତେବେ ପୁଲିସ କହିବା ଅନୁଯାୟୀ, ଯେହେତୁ ଏହି ସ୍ଥାନରେ ବାରମ୍ବାର ଧାରଣା ପ୍ରଦର୍ଶନ ହେଉଛି ତେଣୁ ୨୦୨୨ ମସିହା ଡିସେମ୍ବର ମାସରୁ ହିଁ ଏହି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଏନଏସୟୁଆଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆର୍ଟ ଫାକଲ୍ଟି ବାହାରେ ୪ଟା ବେଳେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା ହୋଇଥିଲା । ଯାହାକୁ ନେଇ ପୁଲିସ ଆର୍ଟ ଫାକଲ୍ଟି ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଦିଲ୍ଲୀ ପୁଲିସ ଅନୁଯାୟୀ, ୧୪୪ ଧାରା ଲାଗୁ କରାଯାଇଥିବା ଯୋଗୁଁ କୌଣସି ପ୍ରକାର ଭିଡ଼ ଗ୍ରହଣୀୟ ନୁହେଁ ।