ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ । ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେଲେ ଟ୍ୱିଟର ପ୍ରତିନିଧି । କମିଟି ପ୍ରଶ୍ନର ରଖିଲେ ଉତ୍ତର

119

କନକ ବ୍ୟୁରୋ: ମାଇକ୍ରୋବ୍ଲଗିଂସାଇଟ ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ସରକାର ଟ୍ୱିଟର ଉପରେ କାବୁ କରିବାକୁ ପ୍ରୟାସ କରୁଛି, ଅନ୍ୟପଟେ ଟ୍ୱିଟର କହିଛି, ଆମେ ଆମ ନିୟମ ପାଳନ କରିବୁ ।
ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି । ଆଇଟି ସମ୍ପର୍କିତ ସଂସଦୀୟ ଷ୍ଟାଂଡି କମିଟି ଆଗରେ ହାଜର ହୋଇଛନ୍ତି ଭାରତରେ ଥିବା ଟ୍ୱିଟର ଅଧିକାରୀ ।

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଟ୍ୱିଟର କାର୍ଯ୍ୟ ଶୈଳୀକ ନେଇ ଅନେକ ପ୍ରଶ୍ନ ପଚରା ଯାଇଥିଲା, ଆଉ ଟ୍ୱିଟରର ଅଧିକାରୀ ମାନେ ଏସବୁର ଉତର ରଖିଥିଲେ ।

ନୂଆ ଆଇଟି ନିୟମ ପାଳନ ପ୍ରସଙ୍ଗରେ ଟ୍ୱିଟର ବିବାଦ ଘେରକୁ ଆସିଛି । ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରୁନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସିଛି । ଏନେଇ ଷ୍ଟାଣ୍ଡି କମିଟି ଟ୍ୱିଟର ଅଧିକାରମାନଙ୍କୁ ପ୍ରଶ୍ନ କରିଥିଲେ । ନିୟମ ଉଲ୍ଲଂଘନ କରିବା ନେଇ ଟ୍ୱିଟର ଉପରେ ଜରିମାନା ଲଗାଯିବ କି ନାହିଁ ବୋଲି କମିଟି ପ୍ରଶ୍ନ କରିଥିଲା । ଏହାର ଉତରରେ ଟ୍ୱିଟରର ପ୍ରତିନିଧି ଦଳ କହିଥିଲେ ଯେ, ଟ୍ୱିଟର ଆଇଟି ନିୟମ ପାଳନ କରୁଛି ।

ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ କିଛି ଦିନ ହେବ ବଢ଼ିବାରେ ଲାଗିଛି । କିଛିଦିନ ଆଗରୁ ଟ୍ୱିଟର ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପର୍ସନାଲ ଆକାଉଁଟରୁ ବ୍ଲୁ ଟିକ୍ ବ୍ୟାଜ ୍ହଟାଇ ଦେଇଥିଲା । ଏହାକୁ ନେଇ ପ୍ରଶ୍ନ କରାଯିବା ପରେ ପୁଣି ଥରେ ବ୍ଲୁ ଟିକ୍ ବ୍ୟାଜ୍ ରଖିଥିଲା ଟ୍ୱିଟର । ଏହାସହ ୟୁପିର ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ଟ୍ୱିଟର ବିରୋଧରେ ଏଫଆଇଆର ରୁଜୁ ହୋଇଛି ।