କଂଗ୍ରେସ ରାଲିରେ ହଙ୍ଗାମା ! ପିୟଙ୍କାଙ୍କ ରୋଡ୍ ଶୋରେ ମୋଦି ମୋଦି ନାରା ଲଗାଇଲେ ବିଜେପି କର୍ମୀ, ପ୍ରିୟଙ୍କା ଫୋପାଡିଲେ ଫୁଲ ଓ ପତାକା । 

301

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କଂଗ୍ରେସ ରୋଡ଼ ଶୋରେ ହଙ୍ଗାମା । ରାଲିରେ ମୁହାମୁହିଁ ହେଲେ ବିଜେପି କଂଗ୍ରେସ କର୍ମୀ । ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ପ୍ରତ୍ୟେକ ଦଳ ନିଜ ନିଜ ପ୍ରଚାର ପ୍ରସାରରେ ଲାଗିପଡ଼ିଛି । ଆଜି ଉତ୍ତର ପ୍ରଦେଶ ବିଜନୌରରେ ରୋଡ଼ ଶୋ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଏହି ସମୟରେ କିଛି ଏଭଳି ଘଟଣା ଘଟିଥିଲା ଯାହା ବେଶ ଚର୍ଚ୍ଚା ସୃଷ୍ଟି କରିଛି । ପ୍ରିୟଙ୍କା କଂଗ୍ରେସ ପ୍ରାର୍ଥୀ ନସିରୁଦ୍ଧିନ ସିର୍ଦ୍ଧିକଙ୍କ ସମର୍ଥନ ରୋଡ଼ ଶୋରେ ସମୟରେ ସେଠାକୁ ବିଜେପିର କାର୍ଯ୍ୟକତା ଆସିଥିଲେ ।

ସେହି ସମୟରେ ପ୍ରିୟଙ୍କା କିଛି ବିଜେପି କାର୍ଯ୍ୟକତାଙ୍କ ଉପରକୁ ଫୁଲ, କଂଗ୍ରେସ ପତାକା ଫୋପାଡ଼ିଥିଲେ । ଯାହା ପରେ କଂଗ୍ରେସ କାର୍ଯ୍ୟକତା ‘ଚୌକିଦାର ଚୌର ହେ’ ସୋଗ୍ଲାନ ଦେଇଥିଲେ । ପରେ ବିଜେପି କର୍ମୀ ମୋଦି ମୋଦି ସୋଗ୍ଲାନ ଦେବା ଆରମ୍ଭ କରି ଦେଇଥିଲେ । ଏହା ସହ ପ୍ରିୟଙ୍କାଙ୍କ ରାଲି ସାମ୍ନାକୁ ମଧ୍ୟ ବିଜେପି କର୍ମୀ ଆସିବାକୁ ଚେଷ୍ଟା କରିଥିଲେ । ଅପ୍ରେଲ ୧୧ରେ ବିଜନୌରରେ ନିର୍ବାଚନ ଥିବା ବେଳେ କଂଗ୍ରେସର ନସିରୁଦ୍ଧିନ ସିର୍ଦ୍ଧିକ ଏବଂ ବିଜେପିର କୁଂବର ଭାରତେନ୍ଦ୍ର ସିଂହ ମଧ୍ୟରେ ହେବ ମୁକାବିଲା ।