କେନ୍ଦ୍ରାପଡାରେ ତେଜିଲା ଖରସ୍ରୋତା ନଦୀ ଜଳ ବିବାଦ । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଅଭିନବ ପ୍ରତିବାଦ । ନଦୀକୁ ବନ୍ଦାପନା କରି ମହିଳାଙ୍କ ଜଳ ସତ୍ୟାଗ୍ରହ

108

କନକ ବ୍ୟୁରୋ : କେନ୍ଦ୍ରାପଡାରେ ତେଜିଲା ଖରସ୍ରୋତା ନଦୀ ଜଳ ବିବାଦ । ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ମହିଳାମାନେ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ବରୁଣଡିଆ ଖରସ୍ରୋତା ନଦୀତୁଠରେ ପହଂଚି ମହିଳାମାନେ ନଦୀକୁ ବନ୍ଦାପନା କରିବା ସହ ପାଣି ଭିତରେ ରହି ଜଳ ସତ୍ୟାଗ୍ରହ କରିଛନ୍ତି ।

ସେମାନଙ୍କ କହିବା କଥା ହେଲା, ପାଣି ଭଦ୍ରକ ଜିଲ୍ଲାକୁ ଗଲେ ସେମାନଙ୍କ ଜୀବନଜୀବିକା ଚାଲିଯିବ । ସରକାର ପ୍ରକଳ୍ପକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଖରସ୍ରୋତା ନଦୀର ପାଣି କେନ୍ଦ୍ରାପଡା ଆଳି ଅଂଚଳରୁ ଭଦ୍ର୍ରକ ଜିଲ୍ଲାକୁ ଯିବ । ଏହାକୁ ବିରୋଧ କରୁଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ।